କନକ ବ୍ୟୁରୋ : କରୋନା ପରେ ଏବେ ସାରା ବିଶ୍ୱକୁ ଘାରିଛି ମଙ୍କିଫକ୍ସ ଚିନ୍ତା । ଏବେ ଭାରତରୁ ୪ ଜଣ ମଙ୍କିଫକ୍ସ ସଂକ୍ରମିତ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ବି ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସତର୍କବାଣୀ ଶୁଣାଇବା ସହ କେଉଁ କେଉଁ କାରଣରୁ ମଙ୍କିଫକ୍ସ ବ୍ୟାପୁଛି ତାର ଏକ ବିବରଣୀ ମଧ୍ୟ ଦେଇଛନ୍ତି ଡାକ୍ତର ପି.କେ ସିଂ ।

Advertisment

ପି.କେ ସିଂଙ୍କ କହିବା ମୁତାବକ ଘନିଷ୍ଠ ଶାରୀରିକ ସଂପର୍କ, ଯୌନ ସଂପର୍କ ମାଧ୍ୟମରେ ବିଶେଷ ଭାବେ ମଙ୍କିଫକ୍ସ ସଂକ୍ରମଣ ହେଉଛି । ଏହାସହ ଲାଇଲନ ବସ୍ତୁ, ବିଛଣା, ଇଲେକ୍ଟ୍ରୋନିକସ, ପୋଷାକ ପରି ଦୂଷିତ ସାମଗ୍ରୀରୁ ମଙ୍କିଫକ୍ସ ଭୂତାଣୁ ବ୍ୟାପୁଥିବା ଡାକ୍ତର ପି.କେ ସିଂ କହିଛନ୍ତି । ଏହିସବୁ ମାଧ୍ୟମରେ ଭୂତାଣୁ ଜଣଙ୍କ ଚର୍ମରୁ ଅନ୍ୟ ଜଣଙ୍କ ଚର୍ମକୁ ବ୍ୟାପିଥାଏ ବୋଲି ସେ କହିଛନ୍ତି ।

ସେ କହିଛନ୍ତି କି ଏବେ ବିଶ୍ୱର ଏକାଧିକ ଦେଶରୁ ମଙ୍କିଫକ୍ସ ଭୂତାଣୁ ଜନିତ ମାମଲା ଆସିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି କି ବିଶ୍ୱର ଦକ୍ଷୀଣ ପୂର୍ବ ଏସିଆରୁ ବିଶେଷ ଭାବେ ଏହି ଭୂତାଣୁ ଅନ୍ୟ ଦେଶମାନଙ୍କୁ ସଂକ୍ରମିତ ହେଉଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିୟମିତ ପରୀକ୍ଷା ନିରୀକ୍ଷା କରାଯିବା ସହ ଭିନ୍ନ ଭିନ୍ନ ବିଶେଷଜ୍ଞଙ୍କ ସହାୟତାରେ ଏହି ଭୂତାଣୁ ଉପରେ ସମୀକ୍ଷା ଜାରି ରଖିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷୀଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ପିକେ ସିଂ ସୂଚନା ଦେଇଛନ୍ତି ।