କରୋନା ଭିତରେ ଦେଶରେ ଚିନ୍ତା ବଢାଉଛି ମଙ୍କିପକ୍ସ: ବିଶେଷଜ୍ଞ କହିଲେ ଦ୍ରୁତ ସଂକ୍ରମିତ ନୁହେଁ ମଙ୍କିପକ୍ସ, ତଥାପି ରହିବାକୁ ପଡିବ ସତର୍କ

182

କନକ ବ୍ୟୁରୋ: ଦେଶରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ପୁଣି ଚିନ୍ତା ବଢିଛି । ଗୋଟେ ପଟେ ଦେଶରେ କରୋନାର ଆତଙ୍କ ଅନ୍ୟପଟେ ଏବେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବା ପରେ ବିଭିନ୍ନ ପ୍ରଶ୍ନ ମନରେ ଉଙ୍କି ମାରୁଛି । ଏହା ଭିତରେ ସ୍ୱ।।ସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କି କୋଭିଡ ମହାମାରୀ ଭଳି ଏହାର ଦ୍ରୁତ ସଂକ୍ରମଣ ହ+ୁଏ ନାହିଁ । ସଂକ୍ରମଣ ବଢୁଛି କିନ୍ତୁ ଏବେ ସୁଦ୍ଧା କୌଣସି ସଂକ୍ରମିତଙ୍କ ମୃତ୍ୟୁ ହୋଇନି । ଆମେରିକା ଓ ୟୁରୋପରେ ୬ହଜାର ମାମଲା ଆସିଥିଲେ ବି ମୃତ୍ୟୁର ଗୋଟିଏ ମାତ୍ର ମାମଲା ସାମ୍ନାକୁ ଆସନି ।

ତେବେ ଜଣେ ସଂକ୍ରମିତଙ୍କଠୁ ଅନ୍ୟଜଣଙ୍କ ଏହା ବ୍ୟାପୁଥିବାରୁ ରୋଗୀଙ୍କ ନିକଟରୁ ଦୂରତା ବଜାୟ ରଖିବା ବେଶ ଜରୁରୀ । ସେପଟେ ବିଶ୍ୱ ସ୍ୱ।।ସ୍ଥ୍ୟ ସଂଗଠନ କହିଛି ପଶୁଙ୍କଠୁ ଏହା ମଣିଷଙ୍କ ଶରୀରକୁ ବ୍ୟାପୁଛି । ତେଣୁ ଗୃହପାଳିତ ଓ ଅନ୍ୟାନ୍ୟ ପଶୁଙ୍କଠୁ ଦୂରତା ବଜାୟ ରଖିବା ଜରୁରୀ । ଏଥିହ ବିଦେଶ ଯାଉଥିବା ବ୍ୟକ୍ତିମାନେ ବଣୁଆ ଜୀବଜନ୍ତୁଙ୍କ ମାଂସ ଖାଇବାଠୁ ଦୂରେଇ ରହିବା ଆବଶ୍ୟକ । ଏଥିସହ ଦେଶରେ ଏନେଇ ଚିିକିତ୍ସା ବ୍ୟବସ୍ଥା ସୁଦୃଢ କରିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।