କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ଜଣେ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ୩ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ସୂଚନା ମୁତାବକ ଦିଲ୍ଲୀରେ ରହୁଥିବା ଜଣେ ଅଫ୍ରିକାର ନାଗରିକଙ୍କ ଠାରେ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହୋଇଛି । ସଂକ୍ରମିତଙ୍କ ଠାରେ ପ୍ରବଳ ଜ୍ୱର ଓ ଚର୍ମରେ ଯନ୍ତ୍ରଣା ଅନୂଭୁତ ହେଉଥିବା କଥା କୁହାଯାଇଛି । ସଂକ୍ରମିତଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ସେପଟେ ମଙ୍କିଫକ୍ସ ସଂକ୍ରମିତ ହୋଇ ଚିକିତ୍ସା ହେଉଥିବା ଜଣେ ବ୍ୟକ୍ତି ସୋମବାର ଦିନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତିଜଣଙ୍କ ଦିଲ୍ଲୀର ଏଲଏନଜିପି ହସ୍ପିଟାଲରେ ୨୫ ଦିନ ଧରି ଚିକିତ୍ସାଧିନ ଥିଲେ ।

ସେପଟେ ମଙ୍କିଫକ୍ସ ଭୂତାଣୁକୁ ନେଇ ସାରା ଦେଶରେ କୋକୁଆଭୟ ଖେଳି ଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଦେଶରେ ଏପର୍ଯ୍ୟନ୍ତ ୮ ଜଣଙ୍କ ଠାରେ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କହିରଖୁ କି, ଦେଶରେ ପ୍ରଥମେ ଜୁଲାଇ ୧୪ ତାରିଖରେ ସାମ୍ନାକୁ ଆସିଥିଲା । ଏହାପରେ କେନ୍ଦ୍ର ସରକାର ମଙ୍କିଫକ୍ସ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସବୁ ରାଜ୍ୟ ସରକାରଙ୍କୁ ଏକ ଦିଶା ନିର୍ଦ୍ଦେଶ ଜାରି କରିଥିଲେ । ହେଲେ ଏବେ କେରଳ ଓ ଦିଲ୍ଲୀରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି ।