କନକ ବ୍ୟୁରୋ: କରୋନା ପରେ ଏବେ ବିଶ୍ୱରେ ଆତଙ୍କ ଖେଳାଇଛି ମଙ୍କିପସ୍କ । ଏ ପଯର୍ନ୍ତ୍ୟ ଏହି ରୋଗ ବିଶ୍ୱରେ ୨୧ ରୁ ଅଧିକ ଦେଶରେ ବ୍ୟାପି ସାରିଛି । ସାରା ବିଶ୍ୱରେ ୨ ଶହରୁ ଅଧିକ ମଙ୍କିପସ୍କ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏହାରି ଭିତରେ ଆଇସିଏମଆର ମଧ୍ୟ ସତର୍କ ବାଣି ଶୁଣାଇଛି । ଆଇସିଏମଆର କହିଛି, ଛୋଟ ଶିଶୁଙ୍କ ପ୍ରତି ମଙ୍କିପସ୍କ ରୋଗ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ସେହିପରି ଛୋଟ ଛୁଆ ମାନେ ଏହି ରୋଗରେ ଆକ୍ରନ୍ତ ହେବାର ସମ୍ଭାବନା ମଧ୍ୟ ରହିଥିବା କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ । ଏବଂ ଏହି ରୋଗର ଲକ୍ଷଣ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି । କିନ୍ତୁ ଦେଶରେ ଏ ପର୍ଯ୍ୟନ୍ତ ମଙ୍କିପସ୍କ ମାମଲା ଚିହ୍ନଟ ହୋଇ ନାହିଁ । କିନ୍ତୁ ସଂକ୍ରମଣକୁ ନେଇ ଏନେକ ରାଜ୍ୟ ହାଇ ଆଲର୍ଟରେ ଥିବା ଜଣାପଡିଛି । ଅନ୍ୟପଟେ ଘରୋଇ ହେଲଥ କେୟାର କମ୍ପାନୀ ‘ଟ୍ରିଭିଟ୍ରନ ହେଲଥକେୟାର’ ମଙ୍କିପସ୍କର ଯାଂଚ ପାଇଁ ଏକ ଆରଟି ପିିସିଆର କିଟ ପ୍ରସ୍ତୁତ କରିଛି । ପରିକ୍ଷାର ଏକ ଘଂଟା ମଧ୍ୟରେ ଫଳାଫଳ ଜାଣିହେବ ବୋଲି ଜଣାପଡିଛି ।