କନକ ବ୍ୟୁରୋ: ମାଙ୍କଡ଼ ଉପଦ୍ରବ କମାଇବାକୁ ଗଠନ ହେବ ମଙ୍କି ସ୍କ୍ୱାର୍ଡ । ସମ୍ବେଦନଶୀଳ ବନଖଣ୍ଡ ଅଞ୍ଚଳରେ ଏହି ସ୍କ୍ୱାର୍ଡ ଗଠନ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଯେଉଁ ଅଞ୍ଚଳରେ ମାଙ୍କଡ଼ ଉତ୍ପାତ ଦେଖାଯାଉଛି ସେହି ସ୍ଥାନ ମାନଙ୍କରେ ଏହି ସ୍କ୍ୱାର୍ଡ ମୁତୟନ କରାଯିବ । ଏହାସହ ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ ‘ଅଲଟ୍ରାସୋନିକ୍ ମଙ୍କି ରିପେଲର ମେସିନ’ ସାହାଯ୍ୟରେ ଏକ ଟିମ୍ ମାଙ୍କଡ଼ ଘଉଡ଼ାଇବାରେ ସାହାଯ୍ୟ କରୁଛି । ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ମାଙ୍କଡ଼ ମାନଙ୍କୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛଡା ଯାଉଛି । ଆବଶ୍ୟକ ପଡ଼ିଲେ ଅଭିଜ୍ଞ ମଙ୍କଡିଆ ମାନଙ୍କର ସାହାଯ୍ୟ ନେଉଛି ବନ ବିଭାଗ । ରାଜ୍ୟର ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ ମାଙ୍କଡ ଘଉଡ଼ାଇବାକୁ ଯନ୍ତା ଓ ଜାଲର ବ୍ୟବହାର କରାଯାଉଛି । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।