କନକ ବ୍ୟୁରୋ: ସୀମା ଟପିଲାଣି ମାଙ୍କଡଙ୍କ ଉପଦ୍ରବ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ମାଙ୍କଡଙ୍କ ଉପଦ୍ରବ ବଢିବାରେ ଲାଗିଛି । ରାସ୍ତାରେ ମଣିଷଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ଆତଙ୍କ ସୃଷ୍ଟି କରୁଛନ୍ତି ମାଙ୍କଡ ଦଳ । ଗତକାଲି ବାଟଗ୍ରାମର ଗୌରାଙ୍ଗ ଧଳଙ୍କ ପତ୍ନୀ ସମୁତି ଧଳଙ୍କୁ ମାଙ୍କଡ ଆକ୍ରମଣ କରିବାରୁ ତାଙ୍କ ଅବସ୍ଥାର ଗୁରୁ୍ତର ରହିଛି । ପ୍ରଥମେ ତାଙ୍କୁ ଜଳେଶ୍ୱର ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Advertisment

ସୂଚନା ଅନୁସାରେ, ସୁମତି ବିଲରୁ ଧାନ ନଡା ଖଳାକୁ ଆଣୁଥିଲେ । ସେହି ସମୟରେ ଗୋଟିଏ ମାଙ୍କଡ ତାଙ୍କ ଆଡକୁ ଗୋଡେଇ ଆସି ଆକ୍ରମଣ କରିଥିଲା । ଡାହାଣ ହାତର କହୁଣୀ ଠାରୁ ପାପୁଲି ଯାଏଁ ମାଙ୍କଡ କାମୁଡି ରକ୍ତାକ୍ତ କରି ପକାଇଛି । ସୁମତିଙ୍କ ଚିକ୍ରାର ଶୁଣି ଦଉଡି ଆସିଥିଲେ ସ୍ଥାନୀୟ ଲୋକ । ଲୋକମାନଙ୍କୁ ଦେଖି ମଙ୍କଡଟି ଚାଲି ଯାଇଥିବା ବେଳେ ଲୋକମାନେ ସୁମତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ ।