ଆଗ୍ରାର ରୁନକତା ନାମକ ଏକ ସ୍ଥାନରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ କଲୋନୀରୁ ଗୋଟିଏ ମାଙ୍କଡ ମା’ କୋଳରୁ ୧୨ ଦିନର ଶିଶୁପୁତ୍ରକୁ ଛଡାଇ ନେଇ ନିର୍ମମ ଭାବେ ତାର ଜୀବନ ନେଇଯାଇଛି । ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ସମୟରେ ହଠାତ୍ ମାଙ୍କଡଟି ଆସି ମା’କୋଳରୁ ପୁଅଟିକୁ ଝାମ୍ପି ନେଇଥିଲା । ମହିଳା ଜଣକ ପୁଅକୁ ବଚାଂଇବାକୁ ଚେଷ୍ଟା କରୁଥିବା ବେଳେ ମାଙ୍କଡଟି ପିଲାଟିର ବେକରେ ଦାନ୍ତ ଗଳାଇ ଦେଇଥିଲା । ଉକ୍ତସ୍ଥାନରେ ହିଁ ପିଲାଟିର ପ୍ରାଣବାୟୁ ଉଡି ଯାଇଥିଲା ।
ଶବଟିକୁ ଧରି ମାଙ୍କଡ ସେଠାରୁ ଦୌଡିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନଙ୍କ ପାଟିରେ ଗୋଟିଏ ଦୋକାନ ଉପରେ ଶବକୁ ଛାଡି ଚାଲି ଯାଇଥିଲା । ଘଟଣାଟି ସୋମବାର ରାତି ୯ ଟା ବେଳେ ଘଟିଥିଲା । ଅଟୋଚାଳକଙ୍କ ପତ୍ନୀ କୋଠରୀରେ ୧୨ ଦିନର ପୁଅ ଶନିକୁ କ୍ଷୀର ପିଆଉଥିବା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । କେହି କିଛି ବୁଝିବା ପୂର୍ବରୁ ଏଭଳି ମାଙ୍କଡଟି ପିଲା ଉପରେ ଆକ୍ରମଣ କରିସାରିଥିଲା । ଦୁଇବର୍ଷ ପରେ ହୋଇଥିବା ପ୍ରଥମ ସନ୍ତାନର ବଚିଂବା ଆଶାରେ ବାପା’ମା ହସପିଟାଲ୍ ଯାଇଥିଲେ କିନ୍ତୁ ସେଠାରେ ତାକୁ ମୃତ ଘୋଷଣା କରାଯାଇଥିଲା । ତେବେ ମାସେ ତଳେ ଦୁଇମାସର ଜଣେ ଶିଶୁକନ୍ୟାକୁ ମାଙ୍କଡ ଘରୁ ଉଠାଇ ଗଛ ତଳେ ରଖି ଦେଇଥିଲା । ଶିଶୁକନ୍ୟାଟି ବର୍ତ୍ତମାନ ଆଇସିୟୁରେ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/monkey-attacks-16-day-old-child-odisha.jpg)
/kanak/media/post_attachments/wp-content/uploads/2018/11/Capture-10-300x207.jpg)