କନକ ବ୍ୟୁରୋ: ମୋନିଦୀପା ସର୍ଖେଲଙ୍କୁ ବିଜେଡିର ନୂଆ ଦାୟିତ୍ୱ । ବିଜୁ ଶ୍ରମିକ ସାମ୍ମୁଖ୍ୟର ହେଲେ କାର୍ଯ୍ୟକାରୀ ସଭାପତି । କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ମୋନିଦୀପା । ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ବିଜେଡିରେ ସାମିଲ ହୋଇଥିଲେ ବାପିଙ୍କ ପତ୍ନୀ । ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ଯୋଗ ଦେଇଛନ୍ତି ।

Advertisment

ସେପଟେ ପାରାଦୀପର ପାଇଁ ପାର୍ଥୀ ଘୋଷଣା ହୋଇନଥିବା ବେଳେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେବା ପରେ ପାରାଦୀପର ରାଜନୀତିରେ ଉଷ୍ମତା ସୃଷ୍ଟି ହୋଇଛି । ସେପଟେ ବିଜେଡି ବାପିଙ୍କ ପତ୍ନୀଙ୍କୁ ନୂଆ ଦାୟିତ୍ୱ ଦେଇଥିବା ବେଳେ ବାପିଙ୍କ ଗତି କେଉଁ ଆଡେ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି ।