ରାଜଧାନୀ ଉପକଣ୍ଠରେ ସୁଧ ବ୍ୟବସାୟୀଙ୍କ ତାଲିବାନୀ ଜୁଲମ: ସୁଧ ପାଇଁ ହଣା ଖାଇଥିଲେ ମହିଳା

Advertisment
ରାଜଧାନୀ ଉପକଣ୍ଠରେ ସୁଧ ବ୍ୟବସାୟୀଙ୍କ ତାଲିବାନୀ ଜୁଲମ: ସୁଧ ପାଇଁ ହଣା ଖାଇଥିଲେ ମହିଳା

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠରେ ଚାଲିଥିବା ମହଜନୀ କାରବାରର ପାର୍ଟ-୩ । ସୁଧ ବ୍ୟବସାୟୀ ଚଳାଇଛନ୍ତି ତାଲିବାନୀ ଜୁଲମ। ସୁଧ ନଦେଲେ ଭିଟାମାଟି ଦିଅ। ନହେଲେ ହଣା ଖାଇବ। ଏଭଳି ଧମକ ଦେଉଛି ମହାଜନ। ପଦ୍ମକେଶରୀପୁରରେ ସୁଧକାରବାରକୁ ନେଇ ହୋଇଥିବା ବୋମାମାଡ଼ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ।

ପଦ୍ମକେଶରୀପୁରର ନିରୁପମା ଦାସ। ଦେହ ସାରା ଖଣ୍ଡା ଭୁଜାଲି ଚୋଟ। ଲୁଟ କି ଛାନତାଇ ପାଇଁ ନୁହେଁ, ସୁଧ ଟଙ୍କା ହାସଲ କରିବାକୁ ଆସି ଚୋଟ ପକାଇଥିଲା ସାହୁକାର। ଗତ ଏପ୍ରିଲ ମାସରେ ସୁଧ ଟଙ୍କା ପାଇଁ ନିରୁପମା ଓ ତାଙ୍କ ଶ୍ୱଶୂରଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ସୁଧିଆ । ଦିନ ସିନା ଚାଲିଯାଇଛି, ହେଲେ ଚିହ୍ନ ରହିଯାଇଛି। ଶାଶୂଙ୍କ ପାରାଲିସିସ ପାଇଁ ୧୦ ହଜାର କରଜ କରିଥିଲେ ନିରୁପମାଙ୍କ ପରିବାର। ସୁଧ ଆକାରରେ ଲକ୍ଷ ଲକ୍ଷ ଟଙ୍କା ସୁଧିଆ ନେଇ ସାରିଲାଣି। କିନ୍ତୁ ମୂଳ ଟଙ୍କା ବାବଦକୁ ଭିଟାମାଟି ମାଗୁଛନ୍ତି। ଘରର ଡିହ ଟି ଅଭିଯୁକ୍ତଙ୍କ ନାଁରେ ନକରିବାକୁ ଘରେ ପଶି ହାଣିଥିଲେ। ଆଉ ପୁଣିଥଲେ ହାଣିବା ପାଇଁ ଏବେବି ଧମକ ଦେଉଥିବା କହିଛନ୍ତି ନିରୁପମା।

ଖାଲି ଖାଲି ଲାଗୁଛି ପଦ୍ମକେଶରୀପୁର। ଦେଖିଲେ ଲାଗୁଛି ସତେ ଯେମିତି ଏଠାରେ ଅଘୋଷିତ କର୍ଫ୍ୟୁ ଲାଗିଛି। କାଁ ଭାଁ କେତେ ଜଣକୁ ଛାଡିଦେଲେ, ପୁରା ଗାଁ ଶୂନଶାନ। ପୁଲିସ ପଇଁତରା ମାରୁଛି। ଛୋଟ ଛୁଆ ପାଠ ପଢାରୁ ବଂଚିତ ହେଲେଣି। ସ୍କୁଲ ଯାଇ ନପାରି ପାଠପଢା ଏକପ୍ରକାର ବନ୍ଦ କରି ଦେଇଛନ୍ତି ଏହି ଗାଁର ପିଲାମାନେ।

ସେପଟେ ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ନେତା ମାନେ ଏବେ ଗାଁ ମୁହାଁ ହେଉଛନ୍ତି। କିନ୍ତୁ ଏବେବି ଭୟର ବାତାବରଣ ଦେଖିବାକୁ ମିଳିଛି। ପୁଲିସ ଗିରଫଦାରୀ ଭୟରେ ଲୋକମାନେ ଗାଁ ଛାଡଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe