ଆସନ୍ତାକାଲି ଅମିତ ଶାହ ଶୁଭାରମ୍ଭ କରିବେ ପୋର୍ଟାଲ, ସାହାରା ଇଣ୍ଡିଆରେ ନିବେଶ କରିଥିବା ଲୋକଙ୍କୁ ମିଳିବ ସେମାନଙ୍କ ଟଙ୍କା ।

1,116

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିବେ । ଏହି ସାଇଟର ଶୁଭାରମ୍ଭ ଆସନ୍ତାକାଲି ଦିନ ୧୧ଟାରେ ଅଟଳ ଉର୍ଜା ଭବନରେ କରାଯିବ । ଏହି ପୋର୍ଟାଲ ଜରିଆରେ ନିବେଶକମାନେ ପଇସା ଫେରିପାଇବେ । ଯେଉଁମାନଙ୍କର ନିବେଶ ଅବଧି ଶେଷ ହୋଇଛି ସେମାନେ ଟଙ୍କା ଫେରିପାଇବେ । ଏହିି ବାବଦରେ ସେହି ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି ।

ସାରା ଦେଶରେ ଲକ୍ଷ ଲକ୍ଷ ନିବେଶକ କୋଟି କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିଲେ । ଲୋକମାନେ ସେମାନଙ୍କ ଜମା ଟଙ୍କାକୁ ଫେରିପାଇବା ପାଇଁ ଅନେକ ଦିନ ଧରି ଅପେକ୍ଷା କରି ରହିଥିଲେ । ସାହାରା ଇଣ୍ଡିଆରେ ଲୋକଙ୍କ ଟଙ୍କା ଜମା ରଖିବାର ଅବଧି ପରେ ବି ନିବେଶକଙ୍କୁ ଟଙ୍କା ମିଳିପାରୁନଥିଲା । ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରୁଥିଲେ ଲୋକ । ନିବେଶକମାନେ ଏହାକୁ ନେଇ ଅନେକ ଥର ଆନ୍ଦୋଳନ ମଧ୍ୟ କରିଛନ୍ତି । ତେବେ ଏହା ପରେ ମଧ୍ୟ କୌଣସି ପ୍ରକାରର ସଫଳତା ମିଳିପାରିନଥିଲା ।

ସାହାରା ଇଣ୍ଡିଆରେ ବିଶେଷ କରି ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ନିବେଶକ ରହିଛନ୍ତି । ଅନେକ ତ ଏହିଭଳି ଅଛନ୍ତି ଯେଉଁମାନେ ନିଜ ଜୀବନର ସାରା ପୁଞ୍ଜିକୁ ଏଠାରେ ଲଗାଇଦେଇଛନ୍ତି । ନିବେଶ ଅବଧି ପୂରଣ ପରେ ବି ସେମାନେ ତାଙ୍କ ଟଙ୍କା ଫେରିପାଇପାରୁନଥିଲେ । ଅନେର ରାଜ୍ୟରେ ଲଗାତର ସାହାର ଇଣ୍ଡିଆ ବିରୋଧରେ ପ୍ରଦର୍ଶନ ସାମ୍ନାକୁ ଆସିଥିଲା ।