ଘସିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ରଙ୍କ ଦାଦାଗିରି ପରେ ଜବତ ହେଲା ପୁଳାପୁଳା ଟଙ୍କା । ସମର୍ଥକ ଟୁଲୁ ସାହୁଙ୍କ ଠାରୁ ଟଙ୍କା ସହ ଦଳୀୟ ପୋଷ୍ଟର ଜବତ

190

କନକ ବ୍ୟୁରୋ : ମତଦାନର କିଛି ଘଂଟା ପୂର୍ବରୁ ଘଷିପୁରାରୁ ଜବତ ହୋଇଛିି ବିଡା ବିଡା ଟଙ୍କା । ଏଥିରୁ ସ୍ପଷ୍ଟ ହେଉଛି ସେଠାରେ ଚାଲିଛି କଣ । ନିର୍ବାଚନକୁ ପ୍ରଭାବିତ କରିବାକୁ ବିଜେଡି ପ୍ରାର୍ଥୀ ଓ ତାଙ୍କ ସମର୍ଥକ କେଉଁ ଭଳି ଅର୍ଥବଳ ବ୍ୟବହାର କରୁଛନ୍ତି । ବଦ୍ରିଙ୍କ ସହଯୋଗୀ ସ୍ଥାନୀୟ ବିଜେଡି ନେତା ପ୍ରଦୀପ କୁମାର ସାହୁ ଓରଫ ଟୁଲୁ ସାହୁଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଛି ।

ପ୍ରଦୀପ ଓରଫ ଟୁଲୁ, ବଦ୍ରିଙ୍କ ଏକାନ୍ତ ସହଯୋଗୀ ବୋଲି କୁହାଯାଉଛି । ତାଙ୍କ ଠାରୁ ଜବତ ହୋଇଥିବା ଟଙ୍କା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସେ ନେଉଥିବା ଚର୍ଚ୍ଚା ହେଉଛି । ତେବେ ଏ ବାବଦରେ ରାମଚନ୍ଦ୍ରପୁର ଥାନାରେ ପଚରାଉଚୁରା ପରେ ଟୁଲୁଙ୍କୁ ପୋଲିସ ଛାଡି ଦେଇଛି । ବିଜେଡି ନେତାଙ୍କ ଠାରୁ ପୁଳା ପୁଳା ଟଙ୍କା ଜବତ ପରେ, ଘଷିପୁରା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ।

ଅନ୍ୟପଟେ ସୌମ୍ୟଙ୍କ ସମର୍ଥକଙ୍କୁ ଆକ୍ରମଣ ଘଟଣାରେ, ୨ ଜଣ ଗିରଫ ହୋଇଛନ୍ତି । ପିଏସଓ ଇଲିଆସ ଖାନଙ୍କ ସଂପୃକ୍ତି ଥିଲେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ ଡିଜି ଅରୁଣ ଷଡଙ୍ଗୀ ।

ଘଷିପୁରାରେ ହିଂସାକାଣ୍ଡ ଘଟିବା ନୂଆ କଥା ନୁହେଁ । ପୂର୍ବରୁ ବାରମ୍ବାର ଏଭଳି ହୋଇଛି । ଆଉ ଏଥର ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହେବା ପରଠାରୁ ଏହା ଆହୁରି ଅଧିକ ହୋଇଛି ।