କନକ ବ୍ୟୁରୋ: ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା । କୃଷକଙ୍କୁ କାଳିଆ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟଙ୍କୁ ଗଲା ୮୦୪ କୋଟି ଟଙ୍କା ।

Advertisment

ତେବେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାର ଏହି ସହାୟତା ପ୍ରଦାନ କରିଛନ୍ତି । ଚାଷୀମାନେ ମୁଣ୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ପାଇବେ ବୋଲି କୁହାଯାଉଛି । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଛି । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ୍ ୪ ହଜାର ଟଙ୍କା ସହାୟତା ମିଳେ । ପ୍ରତିବର୍ଷ ଅକ୍ଷୟ ତୃତୀୟା ଏବଂ ନୂଆଖାଇ ପର୍ବରେ ଚାଷୀଙ୍କ ଆକାଉଣ୍ଟକୁ ସରକାର ଏହି ଟଙ୍କା ପଠାଇଥାନ୍ତି ।