ରାଉରକେଲା ଷ୍ଟେସନ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା ! ୨ଟି ଟ୍ରଲି ବ୍ୟାଗରୁ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କଲା ଜିଆରପି, ୩ ଅନ୍ତଃରାଜ୍ୟ ଲୁଟେରା ଗିରଫ ।

Advertisment

କନକ ବ୍ୟୁରୋ : ରାଉରକେଲା ଷ୍ଟେସନରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ୨ଟି ଟ୍ରଲି ବ୍ୟାଗରୁ କୋଟି କୋଟି ଟଙ୍କା ଜବତ କରାଯାଇଛି । ଏହି ବ୍ୟାଗରେ ଥିବା ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ୩ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ରେଳବାଇ ପୋଲିସ ଗିରଫ କରିି ଜିଆରପିକୁ ହସ୍ତାନ୍ତର କରିଛି । ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ଏତେ ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା । ଏନେଇ ଛାନଭିନ କରାଯାଉଛି ।

ରେଳବାଇ ପୋଲିସର ସୂଚନା ଅନୁଯାୟୀ, କିଛି ଦିନ ତଳେ ରାଉରକେଲା ଷ୍ଟେସନରେ ଥିବା ସମୟରେ ଟ୍ରେନରୁ ଜଣେ ଯାତ୍ରୀଙ୍କ ଟଙ୍କା ଚୋରି ହୋଇଥିଲା । କିନ୍ତୁ ଜବତ ହୋଇଥିବା ଟଙ୍କା କେଉଁଠୁ ଆସିଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ନିର୍ବାଚନ ବର୍ଷରେ ଏତେ ଟଙ୍କା ଜବତ ହେବା କେଉଁଠି ନା କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe