ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ: ପାସବୁକ୍ ନିଜ ପାଖରେ ରଖି ଲକ୍ଷାଧିକ ଟଙ୍କାର ଋଣ କରୁଛନ୍ତି ସମବାୟ ସମିତି ସଂପାଦକ

191

କନକ ବ୍ୟୁରୋ: ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ବଲାଙ୍ଗୀରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳାକରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଛି । ଚଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି । ବଲାଙ୍ଗିର ଜିଲ୍ଲ ଗୁଡେଭଲା ବ୍ଲକ ଋଷୁଡା ସମବାୟ ସମିତିରେ ଚଷୀ ଅଜାଣତରେ ଲକ୍ଷାଧିକ ଟଙ୍କା ଉଠାଇ ବାବୁ ମଜା କରୁଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ଜିଲ୍ଲା ଗୁଡ୍ଭେଲା ବ୍ଲକର ଏହି କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଲେଖାପଢା ବିଶେଷ କିଛି ଜାଣନ୍ତି ନାହିଁ, ତେଣୁ ବ୍ୟାଙ୍କ ଖାତା ଇତ୍ୟାଦି ଅନ୍ୟମାନେ ଦେଖନ୍ତି । କିନ୍ତୁ ଏହାର ପରିଣାମ ଯେ, ଭୟଙ୍କର ହେବ ତାହା କେବେ ଭାବି ନଥିଲେ ଋଷୁଡାର ଏହି ଚାଷୀ ଧୀର ଭୋଇ । ତାଙ୍କର ୬ ଏକର ଚାଷ ଜମି ରହିଛି, ସେ କେବେ ଋଣ କରିନାହାନ୍ତି, କିନ୍ତୁ ଋଷୁଡା ସମବାୟ ସମିତିରେ ଥିବା ଆକାଉଂଟରେ ୧ ଲକ୍ଷ ୧୬ ହଜାର ଟଙ୍କା ଋଣ ଉଠିଥିବା ଦର୍ଶା ଯାଇଛି ।

ଋଷୁଡା ସମବାୟ ସମିତି ସଂପାଦକ କାର୍ତିକ ମଲ୍ଲିକଙ୍କ ପାଖରେ ଥିଲା ଧୀରଙ୍କ ବ୍ୟାଙ୍କ ପାସବୁକ୍ । ସେ ନିଜ ବ୍ୟାଙ୍କ ଖାତା ସମ୍ପାଦକ କର୍ତୀକ ମଲ୍ଲିକଙ୍କ ମାଗିବା ବେଳେ ସେ ଖାତା ଦେବାକୁ ଅମଙ୍ଗ ହେବା ସହ ତିନି ହଜାର ଟଙ୍କା ଉଠାଇବା ପାଇଁ କହିଥିଲେ । କିନ୍ତୁ ଯେତେ ବେଳେ ଧୀର ଭୋଇ ଖାତା ଦେଖିଥିଲେ ତାଙ୍କ ହେସ ଉଡିଯାଇଥିଲ, କାରଣ ବିଲକୁଲ୍ ଋଣ କରିନଥିବା ଧୀରଙ୍କ ଖାତରେ ରହିଛି ଏକ ଲକ୍ଷ ୧୬ ହଜାର ଟଙ୍କାର ଋଣ ।

ମଝିରେ ମଝିରେ ପ୍ୟାକ୍ସ ସମ୍ପାଦକ କାର୍ତିକ, ଚାଷୀଙ୍କ ଠାରୁ ଚେକ୍ରେ ଟିପ ଚିହ୍ନ ନେଇ ପଇସା ଉଠାଇ ଥାନ୍ତି । ଚାଷୀଙ୍କୁ କେବେ ୭୫୦ ତ କେବେ ୫୦୦ ଟଙ୍କା ଧରେଇ ସବୁ ଟଙ୍କା ନିଜେ ନେଇଥାନ୍ତି । ଆଉ ଏବେ ଲକ୍ଷାଧିକ ଟଙ୍କାର ଋଣ କଥା ଜାଣିବା ପରେ ଧୀର, କାର୍ତିକଙ୍କୁ କହିବାରୁ ସେ କହିଛନ୍ତି ତୁମ ଋଣ ତୁମେ ବୁଝିବ । ଚାଷୀ ଜଣଙ୍କ ଏନେଇ ବିଭିନ୍ନ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନାହାନ୍ତି ।