କନକ ବ୍ୟୁରୋ: ଆଠଗଡ ଆଙ୍କୁଲା ଛକ ନିକଟରୁ ଏଟିଏମ ଗାଡି ଲୁଟ୍ ଘଟଣା । ଲୁଟେରାଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଜବତ କଲା ପୋଲିସ । ଏହି ଘଟଣାରେ ୩ ଲୁଟେରାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି ପୋଲିସ । ତେବେ ଢେଙ୍କାନାଳ ଗେଙ୍ଗୁଟିଆ ଅଞ୍ଚଳରୁ ଲୁଟେରାଙ୍କୁ ଗିରଫ ସହ ଟଙ୍କା ଜବତ କରାଯାଇଛି ।
ଆଠଗଡ ଆଙ୍କୁଲା ଛକ ନିକଟରୁ ଏଟିଏମ ଗାଡି ଲୁଟ୍ ଘଟଣା
ଲୁଟେରାଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଜବତ କଲା ପୋଲିସ
୩ ଲୁଟେରାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କଲା ପୋଲିସ
ଢେଙ୍କାନାଳ ଗେଙ୍ଗୁଟିଆ ଅଞ୍ଚଳରୁ ଲୁଟେରାଙ୍କୁ ଗିରଫ ସହ ଟଙ୍କା ଜବତ#Loot#Odisha#KanakNewspic.twitter.com/EaXV6zRFLM— Kanak News (@kanak_news) October 11, 2021
ଆଜି ଆଠଗଡ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଲୋଡ୍ କରି ତିଗିରିଆ ଅଭିମୁଖେ ଯାଉଥିବା ବେଳେ ଟଙ୍କା ଭର୍ତ୍ତି ଗାଡିରୁ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଆଙ୍କୁଲା ଛକ ପଟାସ ବଣୀ ନିକଟରେ ମୁଖା ପିନ୍ଧି ଏକ ଗାଡିରେ କିଛି ଦୁର୍ବୃତ୍ତ ଆସି ଟଙ୍କା ଭର୍ତ୍ତି ଗାଡିକୁ ଅଟକାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଭୁଜାଲୀ ଓ ବନ୍ଧୁକ ଦ୍ୱାରା ସୁରକ୍ଷା କର୍ମୀ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଗାଡିକୁ ଲୁଟ୍ କରି ଚମ୍ପଟ ମାରିଥିଲେ । କିଛି ବାଟ ଆସିବା ପରେ ଶଙ୍କରପୁର ଢେଙ୍କାନାଳ ରାସ୍ତାରେ ଗାଡିଟିକୁ ଛାଡି ଟଙ୍କା ବାକ୍ସ ଧରି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଏବେ ଲୁଟେରାଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/9-14.jpg)