କନକ ବ୍ୟୁରୋ : ଜେଟ ଏୟାରୱେଜ ଲିମିଟେଡ ସହ ଜଡିତ ଏକ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ଗୁଡିକ ଲଣ୍ଡନ, ଦୁବାଇ ଓ ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ଜେଟ୍ ଏୟାରୱେଜର ସଂସ୍ଥାପକ ନରେଶ ଗୋଏଲ, ତାଙ୍କ ପତ୍ନୀ ଅନିତା ଗୋଏଲ ଓ ଝିଅ ନିବାନ ଗୋଏଲ କମ୍ପାନୀର ଅନ୍ୟ ଲୋକଙ୍କ ନାମରେ ପଞ୍ଜିକୃତ ରହିଛି । ଜବତ ସମ୍ପତ୍ତି ମଧ୍ୟରେ ୧୭ଟି ଘରୋଇ ଫ୍ଲାଟ, ବଙ୍ଗଳା ଓ ବ୍ୟବସାୟୀକ କୋଠା ରହିଛି ।

Advertisment

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ତରଫରୁ ମନି ଲଣ୍ଡରିଂ ନିବାରଣ ଆଇନ ‘ପିଏମଏଲଏ’ ୨୦୦୨ ଅଧୀନରେ ଅତିକମରେ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ନରେଶ ଗୋଏଲଙ୍କ ବ୍ୟତୀତ ଜେଟ ଏୟାରୱେଜ ପ୍ରାଇଭେଟ ଲିମିଟେଡ ଓ ଜେଟ୍ ଏଣ୍ଟର ପ୍ରାଇଜେସ ପ୍ରାଇଭେଟ ଲିମିଟେଡ ନାମରେ କିଛି ସମ୍ପତ୍ତି ପଞ୍ଜିକୃତ ହୋଇଛି ।