ଅର୍ଥ ହେରଫେର ମାମଲା, ୪ ଥର ଇଡିର ନୋଟିସ ପରେ ହାଜର ହେଲେ ଅଭିନେତ୍ରୀ ଜ୍ୟାକଲିନ

83

କନକ ବ୍ୟୁରୋ : ଏକ ଅର୍ଥ ହେରଫେର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଡିଜ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି) ରେ ହାଜର ହୋଇଛନ୍ତି । ଇଡି ୪ ଥର ନୋଟିସ କରିବା ପରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । ମୁକେଶ ଚନ୍ଦ୍ରଶେଖର ୨୦୦ କୋଟି ବଟି ଆଦାୟ ମାମଲାରେ ଜ୍ୟାକଲିନଙ୍କୁ ଇଡି ୪ ଥର ନୋଟିସ କରିଥିଲା । ଏହି ନୋଟିସରେ ଇଡି ଜ୍ୟାକଲିନଙ୍କୁ ୩ ବର୍ଷର ବ୍ୟାଙ୍କ ଷ୍ଟେଟମେଣ୍ଟ , ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ସାଙ୍ଗରେ ନେଇ ହାଜର ହେବାକୁ କହିଥିଲା ।

କହିରଖୁ କି ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଇଡି ୨୫ ସେପ୍ଟେମ୍ବର, ୧୫ ଅକ୍ଟୋବର, ୧୬ ଅକ୍ଟୋବର ଓ ୧୮ ଅକ୍ଟୋବରରେ ୪ ଥର ନୋଟିସ କରିଥିଲା । ଏହାସହ ଉକ୍ତ ମାମଲାରେ ଇଡି ଅଗଷ୍ଟ ୩୦ ତାରିଖରେ ଜ୍ୟାକଲିନଙ୍କ ବୟାନ ରେକର୍ଡ କରିଥିଲା । ମୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦାଖଲ ହୋଇଥିବା ଠକେଇ ମାମଲାରେ ଜ୍ୟାକଲିନଙ୍କ ବୟାନ ଅର୍ଥ ହେରଫେର ନିବାରଣ ଧାରାରେ ରେକର୍ଡ କରାଯାଇଥିଲା । ଏହି ମାମଲାରେ ଜ୍ୟାକଲିନଙ୍କୁ ସାକ୍ଷୀ ଭାବେ ପଚରା ଉଚରା କରିଛି ଇଡି । ଏହାସହ ମୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ କିଛି ଅର୍ଥ କାରବାର କରିଛନ୍ତି କି ନାହିଁ ତା ଉପରେ ବି ଇଡି ତଦନ୍ତ ଜାରି ରଖିଛି ।

ସୂଚନା ଥାଉକି ରୋହିଣୀ ଜେଲରେ ଥିବା ମୁକେଶ ଚନ୍ଦ୍ରଶେଖର ଉପରେ ଏକ ବ୍ୟବସାୟୀଙ୍କ ଠାରୁ ଗୋଟିଏ ବର୍ଷରେ ୨୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ରହିଛି । ଏହାସହ ବଟି ଆଦାୟ ଭଳି ୨୦ ଟି ସଂଗୀନ ଅଭିଯୋଗ ବି ଚନ୍ଦ୍ରଶେଖରଙ୍କ ନାମରେ ରହିଛି ।