ମନିି ଲଡ୍ରିଂ ମାମଲାରେ ନୂଆ ମୋଡ: ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ । କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୋରା ଫତେହୀ ।

433

ଅନ୍ୟତମ ଜଣାଶୁଣା ମଡ଼େଲ ତଥା ଡ୍ୟାନ୍ସର ନୋରା ଫତେହୀ ଏବେ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ କରିଛନ୍ତି । ୨୦୦ କୋଟି ମନିଲଡ୍ରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ରହିଛି । ଜେଲ ବାହାରେ ନୋରାଙ୍କ ନାଁରେ ଅଯଥାରେ ଟଣାଯାଉଥିବା ଅଭିଯୋଗ ଆଣି ଏବେ ଜ୍ୟାକଲିନଙ୍କ ନାଁରେ ମାନାହାନି ମାମଲା ରୁଜ କରିଛନ୍ତି । ଅଭିନେତ୍ରୀ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମାମଲା କରିଥିବା ନୋରା ଫତେହୀ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସୋମବାର ପହଁଚି ନିଜର ବୟାନ ରଖିଛନ୍ତି ।

ନୋରା କହିଛନ୍ତି – ମନିଲଣ୍ଡ୍ରିଂ ମାମଲାରେ ତାଙ୍କୁ ମିଛରେ ଫସାଯାଇଛି ।  ଏହି ମାମଲାରେ ତାଙ୍କର କୈାଣସି ସମ୍ପର୍କ ନାହିଁ । ଜ୍ୟାକଲିନଙ୍କ ବୟାନ ଯୋଗୁଁ ତାଙ୍କର ଭାବମୂର୍ତ୍ତି ଖରାପ ହେଉଛି । ଦୀର୍ଘଦିନ ଧରି ଅଯଥା ହଇରାଣ ହେବାକୁ ପଡୁଛି ଓ ତଦନ୍ତର ସମ୍ମୁଖୀନ ଯୋଗୁଁ ମାନସିକ ନିର୍ଯାତନା ସେ ପାଉଛନ୍ତି

  • ଜ୍ୟାକଲିନଙ୍କ ଉପରେ ବର୍ଷିଲେ ନୋରା
  • କହିଲେ , ମତେ ମିଛରେ ଫସାଯାଉଛି

ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନ, ନୋରା ଓ ବହୁ ଅଭିନେତ୍ରୀ ଇଡ଼ି ଟାର୍ଗେଟରେ ଅଛନ୍ତି । ଏମାନେ ସୁକେଶଙ୍କ ଠାରୁ ବହୁ ମହଙ୍ଗା ଉପହାର ନେଇଥିବା ଅଭିଯୋଗ ରହିଛି ।  ତେବେ ସୁକେଶ ଓ ମନିଲଡ୍ରିଂ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ବାରମ୍ବାର କହି ଆସୁଛନ୍ତି ନୋରା । ଜ୍ୟାକଲିନଙ୍କ  ସହ କିଛି ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ମଧ୍ୟ ମାନହାନି ମାମଲା ରୁଜୁ କରିଛନ୍ତି ନୋରା ଫତେହୀ ।