କନକ ବ୍ୟୁରୋ: ମନ୍ଦିର ହୁଣ୍ଡିରୁ ମିଳିଲା କୋଟି କୋଟି ଟଙ୍କା । ଦାନ ଅର୍ଥକୁ ଗଣି ଗଣି ଥକିଯାଇଛନ୍ତି ମନ୍ଦିର କର୍ମଚାରୀ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ବ୍ରହ୍ମଅମ୍ବିକା ମଲ୍ଲିକାର୍ଜୁନ ମନ୍ଦିରର ଏହା ହେଉଛି ଦୃଶ୍ୟ । ଆପଣ ଦେଖିପାରୁଥିବେ କିଭଳି ଲମ୍ବାଧାଡି କରି ମନ୍ଦିରର କର୍ମଚାରୀ ବସିଛନ୍ତି ଓ ଟଙ୍କା ଗଣୁଛନ୍ତି । କିଛି ସ୍ଥାନରେ ମେସିନ ସାହାର୍ଯ୍ୟରେ ମଧ୍ୟ ଟଙ୍କା ଗଣା ଚାଲିଛି । ୧୩ଦିନରେ ମନ୍ଦିର ହୁଣ୍ଡିରୁ ମିଳିଛି ୫କୋଟି ୧୧ଲକ୍ଷ ଟଙ୍କା ।
ପ୍ରଶାସନର ସୂଚନା ଅନୁସାରେ ପ୍ରଥମ ଥର ପାଇଁ ଏତେ କମ ଦିନ ଭିତରେ ଏହି ମୋଟା ଅଙ୍କର ଅର୍ଥ ଦାନ ରୂପ ମିଳିଛି । କେବଳ ଟଙ୍କା ନୁହେଁ ଭକ୍ତମାନେ ୧୦୦ଗ୍ରାମର ସୁନା, ୭କେଜିର ରୂପ ଅଳଙ୍କାର ମଧ୍ୟ ଦାନ କରିଛନ୍ତି । ଏଥିସହ ବିଦେଶୀ ମୁଦ୍ରା ମଧ୍ୟ ହୁଣ୍ଡିରୁ ମିଳିଛି । ମନ୍ଦିର ପ୍ରଶାସନର ସୂଚନା ଅନୁସାରେ ପୁଲିସ ତଦାରଖ ଓ ସିସିଟିଭି କ୍ୟାମେରା ଭିତରେ ଟଙ୍କା ଗଣା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/38-7.jpg)