କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଢେଙ୍କାନାଳ ବାସଭବନ ସହ ଅନ୍ୟ ୭ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସର ଏକାଧିକ ଟିମ୍ । ତେବେ ଢେଙ୍କାନାଳ ସ୍ଥିତ ଘରେ ଚଢଉ ସମୟରେ ଭିଜିଲାନ୍ସ ଟିମକୁ ଏଭଳି ଏକ ଜାଗାରୁ ଟଙ୍କା ମିଳିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।
ସବୁ ଘର ତନଖି କରୁଥିବାବେଳେ ୱାସ୍ ରୁମରେ ବି ଖୋଜାଖୋଜି କରିଥିଲେ ଅଧିକାରୀ । ତାଙ୍କୁ ପାଇଖାନା ଫ୍ଲସ୍ ଭିତରୁ ୫୦୦ଟଙ୍କିଆ ବିଡା ସବୁ ବାହାରିଥିଲା । ଚଢଉ ଭୟରେ ରେଞ୍ଜର ପାଇଖାନା ଫ୍ଲସରେ ଟଙ୍କା ଫିଙ୍ଗିଦେଇଥିବା କୁହାଯାଇଛି ।
କେବଳ ଏତିକି ନୁହେଁ ଏଯାଏଁ ହୋଇଥିବା ଚଢଉ ଭିତରେ ତାଙ୍କର ଅଟ୍ଟାଳିକା ପରି ଘର, ବିଶାଳ ଫାର୍ମ ହାଉସ୍ । ବଣ୍ୟପ୍ରାଣୀଙ୍କୁ ରଖିବାକୁ ସ୍ୱତନ୍ତ୍ର କେଜ୍ ସବୁ ଠାବ କରାଯାଇଛି ।ତାଙ୍କ ଘରୁ ଦାମୀ ଘଣ୍ଟାର କଲେକ୍ସନ୍ ମଧ୍ୟ ଦେଖିବାକୁ ମିଳିଛି । ଏବେବି ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/19-20.jpg)