ରେଷ୍ଟୁରାଣ୍ଟରୁ ମହିଳା ମଗାଇଥିଲେ ଖାଦ୍ୟ, ହେଲେ ପ୍ୟାକେଟ ଖୋଲିବା ପରେ ମଳିଲା ୪୩ ହଜାର ଟଙ୍କା

353

କନକ ବ୍ୟୁରୋ : ଆପଣ ଥରେ ଭାବନ୍ତୁ ଆପଣ ଋଣ ଭାରରେ ବୁଡି ଯାଇଥିବେ ହେଲେ ଆପଣଙ୍କୁ ହଠାତ ବହୁଗୁଡିଏ ଟଙ୍କା ମିଳିଯିବ । ତାହା ପୁଣି ଆପଣ ମଗାଇଥିବା ଖାଦ୍ୟ ପ୍ୟାକେଟ ଭିତରୁ । ଏହି ସମୟର ଖୁସି କହିଲେ ନସରେ । ବାଶ୍ ଠିକ୍ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ ।

ଆମେରିକାର ଜୋଆନେ ଓଲିଭର ଜର୍ଜିଆ ନାମକ ଜଣେ ମହିଳା ଋଣରେ ବୁଡି ଯାଇଛନ୍ତି । ସେ କେଏଫସି ନାମକୁ ଏକ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟରୁ ଚିକେନ ସ୍ୟାଣ୍ଡୱିଚ ପ୍ୟାକେଟ ମଗାଇଥିଲେ । ହେଲେ ସେ ଯେତେବେଳେ ପ୍ୟାକେଟ ଖୋଲିଲେ ତା ମଧ୍ୟରୁ ଖାଦ୍ୟ ବଦଳରେ ୪୩ ହଜାର ଟଙ୍କା ମିଳିଥିଲା । ଅଚାନକ ଏତେଗୁଡିଏ ଟଙ୍କା ଦେଖିବା ପରେ ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ମହିଳା ଜଣଙ୍କ ଡେଲିଭରି ବଏକୁ ଫୋନ କରି ଏହି ଟଙ୍କା ଫେରାଇ ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ମହିଳା ଜଣଙ୍କୁ ପ୍ରଶଂସା କରିବାକୁ ପଛାଇ ନାହିଁ ।

ଡେଲିଷ୍ଟାରର ରିପୋର୍ଟ ମୁତାବକ ଜୋଆନୋ ଏହି ସମୟରେ ଋଣଭାରରେ ବୁଡି ଯାଇଥିଲେ । ହେଲେ ବି ଏତେଗୁଡିଏ ଟଙ୍କା ପାଇବା ପରେ ତାହାକୁ ସେ ନରଖି ପୋଲିସକୁ ସୂଚନା ଦେଇଥିଲେ । ସେ କହିଥିଲେ କି ଏହି ଟଙ୍କାରେ ସପିଂ କରିବା ଓ କାରରେ ତେଲ ପକାଇବା ଭଳି ବିକଳ୍ପ ତାଙ୍କ ପାଖରେ ଥିଲା । ହେଲେ ଏହା କରି ସେ ନିଜକୁ କ୍ଷମା କରିପାରି ନଥାନ୍ତେ ।

ଏକ ଟିଭି ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କି ସେ ସ୍ୟାଣ୍ଡୱିଚ ଖାଉଥିବା ବେଳେ ହଠାତ ପ୍ୟାକେଟ ତଳୁ ତାଙ୍କୁ ଟଙ୍କା ବଣ୍ଡଲ ଦେଖିବାକୁ ମିଳିଥିଲା । ଏହାକୁ ଗଣିବା ପରେ ମୋଟ ୪୩ ହଜାର ଟଙ୍କା ଥିବା ଜାଣିଥିଲେ । ଏହାକୁ ତୁରନ୍ତ ସେ ଲଫାପା ଭିତରେ ରଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ସବୁ ବୁଝିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ଫୋନ କରି ଡକାଇଥିଲେ । ରେଷ୍ଟୁରାଣ୍ଟର ଲୋକେ ସେଠାରେ ପହଂଚି ଟଙ୍କା ଫେରସ୍ତ ନେବା ସହ ମହିଳା ଜଣଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ।