କନକ ବ୍ୟୁରୋ: ଆନନ୍ଦପୁର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ପତ୍ନୀ ସାବିତ୍ରୀ ସେଠୀଙ୍କ ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା । ଗାଡି ଯାଞ୍ଚ ସମୟରେ ଜବତ ହେଲା ନଗଦ କ୍ୟାସ୍ । ତରତରା ଛକରେ ଚେକିଙ୍ଗ୍ ସମୟରେ ବିପୁଳ ପରିମାଣର ଟଙ୍କା ମିଳିଥିବା ସୂଚନା ମିଳିଛି । ତେବେ କେତେ ଟଙ୍କା ଜବତ ହୋଇଛି ତାହା ସ୍ପଷ୍ଟ ହୋଇନି । ଅଭିମନ୍ୟୁ ସେଠୀଙ୍କ ପତ୍ନୀ ସାବିତ୍ରୀ ବିଜେଡିର ହାଟଡିହି ବ୍ଲକ୍ ଚେୟାରମ୍ୟାନ୍ ଅଛନ୍ତି । ତାଙ୍କୁ ଅଧିକ ପଚରାଉଚୁରା ପାଇଁ ଆନନ୍ଦପୁର ଥାନାକୁ ନିଆଯାଇଛି । ତେବେ ନିର୍ବାଚନ ସମୟରେ ଏତେ ପରିମାଣରେ ଟଙ୍କା ମିଳିବା ନିଶ୍ଚିତ ଭାବେ ସନ୍ଦେହକୁ ବଢାଇ ଦେଇଛି ।
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପତ୍ନୀଙ୍କ କାରରୁ ମିଳିଲା ପୁଳା ପୁଳା ଟଙ୍କା । ଥାନାକୁ ନେଇ ପଚରାଉଚୁରା କରୁଛି ପୋଲିସ୍ ।
/kanak/media/post_attachments/wp-content/uploads/2024/05/Screen-Shot-2024-05-23-at-4.30.36-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)