ଛୁଆ ଗାଧୋଇବାକୁ ବି ଲାଞ୍ଚ! ବିନା ହାତଗୁଞ୍ଜାରେ କ୍ୟାପିଟାଲ ହସ୍ପିଟାଲରେ ହୋଇପାରୁନି କୌଣସି ବି କାର୍ଯ୍ୟ,ଷ୍ଟିଚରୁ ଆରମ୍ଭ କରି ଫିଟନେସ୍ ସାର୍ଟିଫିକେଟ୍ ଯାଏଁ ସବୁଠି ଦରକାର ଲାଞ୍ଚ

Advertisment
ଛୁଆ ଗାଧୋଇବାକୁ ବି ଲାଞ୍ଚ! ବିନା ହାତଗୁଞ୍ଜାରେ କ୍ୟାପିଟାଲ ହସ୍ପିଟାଲରେ ହୋଇପାରୁନି କୌଣସି ବି କାର୍ଯ୍ୟ,ଷ୍ଟିଚରୁ ଆରମ୍ଭ କରି ଫିଟନେସ୍ ସାର୍ଟିଫିକେଟ୍ ଯାଏଁ ସବୁଠି ଦରକାର ଲାଞ୍ଚ

କନକ ବ୍ୟୁରୋ: ଲୋକଙ୍କୁ ଗ୍ରିନ୍ କାର୍ଡ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ପରିସଂଖ୍ୟାନ ଅଧିକାରୀ ଜ୍ଞାନରଂଜନ ଗୌଡ଼ଙ୍କୁ ଜୁନ୍ ୨୦ରେ ଭିଜିଲାନ୍ସ ଧରିଲା। କେବଳ ଗ୍ରିନ୍ କାର୍ଡ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ହେଉନି। ବିନା ଲାଞ୍ଚରେ ତ କ୍ୟାପିଟାଲ ହସ୍ପିଟାଲରେ କିଛି ହେଉନି। ଯଦି ଗର୍ଭବତୀଟିଏ ଏଠାକୁ ଆସୁଛନ୍ତି ତେବେ ବେଡ୍ ପାଇବାଠାରୁ ଆରମ୍ଭ କରି ଛୁଆ ଜନ୍ମ ହେବା, ହସ୍ପିଟାଲରୁ ଡିସଚାର୍ଜ ହେବା ପର୍ଯ୍ୟନ୍ତ ସବୁଠି ଲାଞ୍ଚ ଦେବାକୁ ପଡ଼ୁଛି। ଆଶ୍ଚର୍ଯ୍ୟର ବିଷୟ ଜନ୍ମ ହେଉଥିବା ଶିଶୁକୁ ଗାଧୋଇବା ପାଇଁ ବି ଲାଞ୍ଚ ଦେବାକୁ ପଡ଼ୁଛି। ଏହିଭଳି ପ୍ରତ୍ୟେକ ଦିନ ଶହ ଶହ ରୋଗୀଙ୍କଠାରୁ ବିଭିନ୍ନ ଢଙ୍ଗରେ ଟଙ୍କା ମଗାଯାଉଛି। ବର୍ଷ ବର୍ଷ ଧରି ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନାରେ ଏହା ଜାରି ରହିଥିଲେ ହେଁ ଏହାକୁ ରୋକିବା କାହା ପାଖରେ ସମ୍ଭବ ହେଉନାହିଁ।

publive-image

ହସ୍ପିଟାଲ କର୍ତ୍ତୃପକ୍ଷ ଜାଣି ନ ଜାଣିଲା ଭଳି ଆଖି ବୁଜି ଦେଇଛନ୍ତି। ତେଣୁ ଏସବୁ କାରବାର ଉପରେ ଭିଜିଲାନ୍ସର କେବେ ନଜର ପଡ଼ିବ ବୋଲି ରୋଗୀମାନେ ପ୍ରଶ୍ନ କଲେଣି। ସ୍ବାସ୍ଥ୍ୟ ସେବାରେ ବଡ଼ ଧରଣର ପରିବର୍ତ୍ତନ ଆଣିବେ ବୋଲି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ କହି ବୁଲିଥିବା ବେଳେ ତାଙ୍କ ପାଦ ଏପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ପଡ଼ିନି। ଏପରିକି ଖୋଦ୍ ସ୍ବାସ୍ଥ୍ୟ ସଚିବଙ୍କ ପତ୍ନୀ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରୁଥିବା ବେଳେ ଏଠାରେ ବି କିପରି ରୋଗୀଙ୍କୁ ଶୋଷଣ ନହେବ, ସେନେଇ ସଚିବଙ୍କ ମୁଣ୍ତକୁ ବୁଦ୍ଧି ଜୁଟୁନି।

publive-image

ହସ୍ପିଟାଲକୁ ପ୍ରସବ ପାଇଁ ଆସୁଥିବା ଗର୍ଭବତୀମାନେ ହିଁ ଅଧିକ ଶୋଷଣର ଶିକାର ହେଉଛନ୍ତି। ପ୍ରସବ ପାଇଁ ଆଡମିଟ୍ କରିବା ପରେ ଯେଉଁ ପ୍ରସବଗୁଡ଼ିକ ନର୍ମାଲ ପ୍ରସବ ନ ହୋଇପାରିବ, ସେମାନଙ୍କୁ ଅସ୍ତ୍ରୋପଚାର ପାଇଁ ଓଟି କଲ୍ ଦିଆଯାଉଛି। ହେଲେ ଏହି ସମୟରେ ଗର୍ଭବତୀଙ୍କୁ ଅନ୍ୟତ୍ର ରେଫର୍ କରିବା ପାଇଁ ଧମକ ଦିଆଯାଉଛି। ଉଦ୍ଦେଶ୍ୟ ଅସ୍ତ୍ରୋପଚାର ପାଇଁ ୧୫ଶହରୁ ୨ହଜାର ଟଙ୍କା ହାତଗୁଞ୍ଜା ମିଳିବ। ସାଧାରଣ ପ୍ରସବ ପାଇଁ ୫୦୦-୭୦୦ ଟଙ୍କା ବି ଆଦାୟ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ନବଜାତକକୁ ଗାଧୋଇ ଦେବା ପାଇଁ ୧୦୦/୨୦୦ଟଙ୍କା ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe