ମନ୍ଦିର ହୁଣ୍ଡିରୁ ବାହାରିଲା ପୁଳା ପୁଳା ଟଙ୍କା । କୋରାପୁଟ ଶ୍ରୀ ଅଗ୍ନିଗଙ୍ଗା ମା’ ଠାକୁରାଣୀ ମନ୍ଦିରରେ ଚାଲିଛି ଟଙ୍କା ଗଣା ।

140

କନକ ବ୍ୟୁରୋ: ମନ୍ଦିର ହୁଣ୍ଡିରୁ ବାହାରିଲା ପୁଳାପୁଳା ଟଙ୍କା । ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଅଗ୍ନିଗଙ୍ଗା ମା’ ଠାକୁରାଣୀ ମନ୍ଦିର ହୁଣ୍ଡିରୁ ବାହାରିଛି ପୁଳା ପୁଳା ଟଙ୍କା । ଗତ ସପ୍ତାହ ହେଲା କୋରାପୁଟର ନୀଲାବାଢ଼ୀ ଗାଁରେ ମା’ଙ୍କ ଯାତ୍ରା ଚାଲିଥିଲା । ବର୍ଷକୁ ଥରେ ଏହି ସମୟରେ ହେଉଥିବାରୁ ଏବଂ ଆନ୍ଧ୍ର ସୀମାନ୍ତରେ ରହିଥିବାରୁ ଆନ୍ଧ୍ର ଓଡ଼ିଶାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା । ଗତକାଲି ଯାତ୍ରା ସରିଥିବା ବେଳେ ଆଜି ମା’ଙ୍କ ହୁଣ୍ଡି କୁ ଖୋଲାଯାଇଛି ।

ମା’ ଙ୍କ ପାଖରେ ଲାଗିଛି ୧୧ ଟି ହୁଣ୍ଡି । ଗଣିବା ପାଇଁ ମନ୍ଦିର କମିଟିର ୧୨ ରୁ ଅଧିକା ଲୋକ ନିୟୋଜିତ ରହିଥିବା ବେଳେ ଟଙ୍କା କୁ ଅଲଗ ଅଲଗା କରିବା ପାଇଁ ଅନେକ ଲୋକ ଲାଗିପଡ଼ିଛନ୍ତି ।