କନକ ବ୍ୟୁରୋ : ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ରରୁଆଁ ଅଂଚଳରେ ଚଢାଉ କରାଯାଇଥିଲା । ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ ସୁଲତାନିଆଙ୍କ ଅଟାକଳ, ତେଜରାତି ଦୋକାନ, ରଡ୍, ସିମେଂଟ ଗୋଦାମ ସହିତ ଖାଇବା ତେଲ ଗୋଦାମରେ ଚଢଉ କରାଯାଇଥିଲା ।
ଏହା ସହ ଅନ୍ୟ ଲୋକଙ୍କ ଗୋଦାମରେ ଚଢାଉ କରାଯାଇଥିଲା । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘର ପାଖରେ ୫ ଶହ ଟଙ୍କିଆ ନୋଟ୍ ପୋଡା ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏତେ ଗୁଡ଼ିଏ ଟଙ୍କାକୁ କିଏ ଓ କାହିଁକି ପୋଡିଲା ତାହା ସାଧାରଣରେ ପ୍ରହେଳିକା ସୃଷ୍ଟି କରିଛି । ଚଢାଉ ଭୟରେ କେହି ଟଙ୍କା ପୋଡି ଦେଇଥିବା ଚର୍ଚ୍ଚା ହେଉଛି ।
ଚଢ଼ଉ ଭୟରେ ପୋଡ଼ିଦେଲେ ଟଙ୍କା! ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ
/kanak/media/post_attachments/wp-content/uploads/2022/05/21-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)