ଆଇଟମ୍ ଗର୍ଲ ରାନୀ ପଣ୍ଡାଙ୍କ ନାଁରେ ବଜାରରେ ଖୋଲିଲା ମୋମୋ ଷ୍ଟଲ୍ ।

Advertisment
ଆଇଟମ୍ ଗର୍ଲ ରାନୀ ପଣ୍ଡାଙ୍କ ନାଁରେ ବଜାରରେ ଖୋଲିଲା ମୋମୋ ଷ୍ଟଲ୍ ।

କନକ ବ୍ୟୁରୋ: ରାନୀ ପଣ୍ଡା ହଟ୍ ମୋମୋ । ରାନୀଙ୍କ ନାଁରେ ମୋମୋ ଷ୍ଟଲ୍ । ଏ କଥା ଶୁଣିବା ପରେ ଆପଣଙ୍କୁ ଲାଗୁଥିବ, ରାନୀ ପଣ୍ଡା କଲେ କି ମୋମୋ ଷ୍ଟଲ ? ନା ଯାତ୍ରା ଜଗତରୁ ଆସି ବ୍ୟବସାୟରେ ଦେଲେ ପାଦ? ନାଇଁ ଆଜ୍ଞା, ସେ ଭ୍ରମରେ ପଡନ୍ତୁନି କି ଆମେ ବି ସେମିତି ସନସନି ଖବର ଦେଉନୁ । ରାନୀଙ୍କ ନାଁରେ ଜଣେ ପ୍ରଶଂସକ କରିଛନ୍ତି ମୋମୋ ଷ୍ଟଲ । ଆଉ ଏବେ ବଜାରରେ ବିକ୍ରି ହେଉଛି ରାନୀ ପଣ୍ଡା ହଟ୍ ମୋମୋ ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ରାନୀଙ୍କ ନାମରେ ଷ୍ଟଲଟିଏ କରି ଗରମା ଗରମ ମୋମୋ ବିକୁଛନ୍ତି ବିକାଶ ଦାସ । ଆଉ ଦୋକାନର ନାଁ ରଖିଛନ୍ତି ରାନୀ ପଣ୍ଡା ମୋମୋ ଷ୍ଟଲ । ପୋଷ୍ଟରରେ ରାନୀଙ୍କ ଏକ ଫଟୋ ରଖି ଲେଖିଛନ୍ତି ଲେଡି ସିଙ୍ଘମ୍ । ସଞ୍ଜ ବାଜିବା କ୍ଷଣି ବାଲୁଗାଁ- ଚିଲିକା ବଜାରରେ ଥିବା ଏହି ଷ୍ଟଲ ପାଖେ ଲାଗୁଛି ଲୋକଙ୍କ ଭିଡ । ଚଟପଟି ମୋମୋ ଖାଇବାକୁ ଲୋକଙ୍କର ଗହଳି ଯେତିକି ଲାଗୁଛି, ଷ୍ଟଲର ନାମକରଣ ଲୋକଙ୍କୁ ସେତିକି ଟାଣୁଛି ।

ବିକାଶ, ରାନୀ ପଣ୍ଡାଙ୍କ ଜଣେ ବଡ ପ୍ରଶଂସକ । ରାନୀଙ୍କ ଡ୍ୟାନ୍ସ, ଅଭିନୟ ତାଙ୍କୁ ଯେତିକି ପ୍ରଭାବିତ କରିଛି । ଅସହାୟ ଲୋକଙ୍କୁ ଅସମୟରେ ରାନୀଙ୍କ ସାହାଯ୍ୟ, ସହଯୋଗ, ଓ ସମାଜସେବା ରାନୀଙ୍କ ପ୍ରତି ତାଙ୍କର ସମ୍ମାନକୁ ବଢାଇ ଦେଇଛି । ବନ୍ୟା ବେଳେ ଯେଉଁଠି ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା ସେତେବେଳେ ଆଣ୍ଠୁଏ ପାଣି କାଦୁଅରେ ପଶି ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ ରାନୀ । ଖୋର୍ଦ୍ଧା ବାଲିପାଟଣାର ମେଣ୍ଢା ଚରାଇ ପରିବାର ପୋଷୁଥିବା କଲେଜ ଛାତ୍ରୀ ସସ୍ମିତା ହୁଅନ୍ତୁ କି ଗରିବ ଝିଅ ରୋଜୀଙ୍କ ସାର୍ଟିଫିକେଟ ମୁକୁଳାଇବାକୁ ରାନୀଙ୍କ ସହାୟତା ହେଉ କିମ୍ବା ହେଉ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ ହଜାର ଦାନ କରିବା । ବିଭିନ୍ନ ସମୟରେ ଯାତ୍ରା ଜଗତର ବିବାଦୀୟ ଆଇଟମ ଗର୍ଲଙ୍କ ଏମିତି କିଛି ମହାନକାମ ବିକାଶଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ଆଉ ସେ ଯେତେବେଳେ ଇଞ୍ଜିନିୟର ଚାକିରି ଛାଡି ନିଜର ଷ୍ଟାର୍ଟଅପ କରିବାକୁ ଚାହିଁଥିଲେ । ସେତେବେଳେ ରାନୀଙ୍କ ନାଁରେ ମୋମୋ ଷ୍ଟଲ ଖୋଲିଥିଲେ ବିକାଶ ।

ତେବେ ଦୁବାଇରେ ଇଞ୍ଜିନିୟର ଭାବେ ଚାକିରି କଲା ବେଳେ ତାଙ୍କର ଜଣେ ନେପାଳି ବନ୍ଧୁଙ୍କ ପାଖରୁ ଏ ମୋମୋ ତିଆରି ଶିଖିଥିଲେ । ଆଉ ଲକଡାଉନ ପାଇଁ ଯେତେବେଳେ ଚାକିରି ଗଲା ସେତେବେଳେ ଘରକୁ ଆସି ମୋମୋ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କୁ ବି ରୋଜଗାର ଯୋଗାଇ ପାରିଛନ୍ତି । ଲକଡାଉନ ସମୟରେ ଶ୍ରମିକଙ୍କ ଭଗବାନ ସାଜିଥିବା, ଅସହାୟକଙ୍କ ଦେବଦୂତ ସାଜିଥିବା ସୋନୁଙ୍କ ନାଁରେ ବି ଅନେକ ଦୋକାନ କରିଥିବା ନଜିର ରହିଛି । ଆଉ ଏବେ ଓଡିଶାରେ ସମାଜସେବା କରୁଥିବା ରାନୀଙ୍କ ବଡପଣ ଦେଖି ତାଙ୍କ ନାଁରେ ଏକ ମୋମୋ ଷ୍ଟଲ କରି ତାଙ୍କୁ ହୃଦୟରୁ ସମ୍ମାନ ଦେଇଛନ୍ତି ବିକାଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe