କନକ ବ୍ୟୁରୋ : ଉତର ପ୍ରଦେଶରେ ମାଂସ ବ୍ୟବସାୟୀରୁ କୋଟିପତି ମୋଇନ କ୍ୟୁରେସି । ଏହି କୁଖ୍ୟାତ ଅପରାଧୀର ସଂସ୍ପର୍ଶରେ ଆସି ତିନି ତିନି ଜଣ ସିବିଆଇ ନିର୍ଦ୍ଦେଶକଙ୍କ ପତନ ହୋଇଛି । ରଂଜିତ ସିହ୍ନା, ଏ.ପି ସିଂ ଏବଂ ଆଲୋକ ବର୍ମାଙ୍କ , କ୍ୟୁରେସୀ କନେକ୍ସନ ଜାଣିଲେ ଆପଣ ହତବାକ୍ ହୋଇଯିବେ ।

Advertisment

ମୋଇନ୍ ଅଖତର କ୍ୟୁରେସୀ । ୧୯୯୩ରେ ଉତ୍ତରପ୍ରଦେଶ ରାମପୁରରେ ଏକ ମାଂସ ଦୋକାନ କରିଥିଲା ଏହି ବ୍ୟକ୍ତି । ଆଉ ଗତ ୨୫ ବର୍ଷ ଭିତରେ ସାରା ଦେଶରେ ତାର ବ୍ୟବସାୟକୁ ବିସ୍ତାର କରିବାରେ ସଫଳ ହୋଇଛି । ନିର୍ମାଣଠାରୁ ଆରମ୍ଭ କରି ଫ୍ୟାସନ ଏକାଧିକ କ୍ଷେତ୍ରରେ କମ୍ପାନି ଖୋଲି କାରବାର ଚଳାଇଛି ମୋଇନ କ୍ୟୁରେସୀ । ହେଲେ ଅପରାଧ ଦୁନିଆରେ ତାର ପରିଚୟ ଭିନ୍ନ । ମନି ଲଣ୍ଡରିଂ, ହାୱାଲା ଜରିଆରେ କଳାଟଙ୍କାର କାରବାର, ଟିକସ ଫାଙ୍କି, ଦୁର୍ନୀତି ଓ ସରକାରୀ ଅଧିକାରୀ ଓ ରାଜନେତାଙ୍କୁ ଲାଂଚ ଦେବା ନେଇ ତା ବିରୋଧରେ ଗଦାଗଦା ଅଭିଯୋଗ । ଆୟକର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ତା ବିରୋଧରେ ଚଳାଇଛନ୍ତି ଛାନଭିନ୍ । ହେଲେ ସେହି ସିବିଆଇର ଟପ୍ ଅଧିକାରୀ ତା ସଂପର୍କରେ ଆସି ହରାଇଛନ୍ତି ପଦବୀ । ତିନି ତିନିଜଣ ସିବିଆଇ ନିର୍ଦ୍ଦେଶକଙ୍କ ଚାକିରି ଖାଇଲାଣି ମାଂସ ବେପାରୀ ମୋଇନ କ୍ୟୁରେସୀ । ପ୍ରଥମେ ରଣଜୀତ ସିହ୍ନା, ପରେ ଏ.ପି. ସିଂହ ଓ ଏବେ ଆଲୋକ ବର୍ମା । ମୋଇନ କ୍ୟୁରେସୀ ମାମଲାରେ ଯାଇଛି ସିବିଆଇର ଏହି ତିନି ନିର୍ଦ୍ଦେଶକଙ୍କ ପଦବୀ ।

publive-imageରଣଜୀତ ସିହ୍ନା
- ୨୦୧୪ରେ ପ୍ରଥମେ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ ସହ ମୋଇନ କ୍ୟୁରେସୀର ସଂପର୍କ ନେଇ ଅଭିଯୋଗ ଆସିଲା
- କାରଣ ରଣଜୀତ ସିହ୍ନାଙ୍କ ବାସଭବନକୁ ୧୫ ମାସ ଭିତରେ ପ୍ରାୟ ୭୦ ଥର ଯାଇଥିଲା ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀ
- ଆସ୍ଥାନା ଲାଂଚ ମାମଲାରେ ଗିରଫ ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନା ମଧ୍ୟ ଇଡି ଆଗରେ ରଣଜୀତ ସିହ୍ନାଙ୍କ ନାଁ ନେଇଛି
- ଏକ ସିବିଆଇ ମାମଲାରେ ଜଣେ ସହଯୋଗୀକୁ ରଣଜୀତ ସିହ୍ନାଙ୍କ ଜରିଆରେ ବେଲ ପାଇଁ ସେ କୁରେସୀକୁ ୧ କୋଟି ଟଙ୍କା ଦେଇଥିବା କହିଛି
- ସିବିଆଇ ସ୍କାନରରେ ଥିବା ଜଣେ ଅପରାଧୀକୁ ବାରମ୍ବାର ସାକ୍ଷାତ କରିଥିବାରୁ ରଣଜୀତ ସିହ୍ନାଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ
- ୨୦୧୨ରୁ ୨୦୧୪ ଯାଏଁ ସିବିଆଇ ନିର୍ଦ୍ଦେଶକ ଥିବା ରଣଜୀତ ସିହ୍ନା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି

publive-imageଏ.ପି. ସିଂହ
- ୨୦୧୪ ଶେଷ ଭାଗକୁ ମୋଇନ କ୍ୟୁରେସୀର ସଂପର୍କ ସିବିଆଇ ନିର୍ଦ୍ଦେଶକ ଏ.ପି. ସିଂହଙ୍କ ସହ ଥିବା ନେଇ ଅଭିଯୋଗ ଆସିଲା
- ୨୦୧୦ରୁ ୨୦୧୨ ଯାଏଁ ସିବିଆଇ ନିର୍ଦ୍ଦେଶକ ଥିବା ଏ.ପି. ସିଂହଙ୍କ ବ୍ୟକ୍ତିଗତ ଫୋନରେ ବାରମ୍ବାର ମେସେଜ୍ ପଠାଇଥିଲା କ୍ୟୁରେସୀ
- ଗତବର୍ଷ ଫେବ୍ରୁଆରୀରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ଛାନଭିନ୍ ଆରମ୍ଭ କରିଥିଲେ
- ପରେ ସିବିଆଇ ମଧ୍ୟ ଏହି ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି

publive-imageଆଲୋକ ବର୍ମା
- ଏବେ ପୁଣି ମୋଇନ କ୍ୟୁରେସୀ ଲିଙ୍କ ଅଭିଯୋଗରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ପଦବୀ ଯାଇଛି
- କ୍ୟୁରେସୀ ମାମଲାର ଛାନଭିନ୍ କରୁଥିବା ବର୍ମାଙ୍କ ବିରୋଧରେ ୨ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ ଆଣିଥିଲେ ରାକେଶ ଆସ୍ଥାନା
- କୁରେସୀ ମାମଲାରୁ ସତୀଶ ସାନାର ନାଁ ହଟାଇବାକୁ ଏହି ଟଙ୍କା ଆଲୋକ ବର୍ମା ନେଇଛନ୍ତି ବୋଲି ସିଭିିସି ଲେଖିଥିଲେ ଆସ୍ଥାନା

publive-imageକୁହାଯାଉଛି ଟପ୍ ସରକାରୀ ଅଧିକାରୀ ଓ ରାଜନେତାଙ୍କ ସହାୟତାରେ ଜଣେ ଛୋଟିଆ ମାଂସ ବେପାରୀ କୋଟିକୋଟି ଟଙ୍କାର ବ୍ୟବସାୟ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଥିଲା । ଗତ ୨୫ ବର୍ଷ ଭିତରେ କ୍ୟୁରେସୀର ବେଆଇନ କାରବାର ନେଇ ଅଭିଯୋଗ ସତ୍ୱେ ତଦନ୍ତ ସଂସ୍ଥାର ଫାଇଲ ତଳେ ଚପିଯାଉଥିଲା ଅପରାଧର ଫର୍ଦ୍ଦ । କାରଣ ମୋଟା ଅଂକର ଲାଂଚନେଇ ସବୁକିଛି ଚପାଇ ଦେଉଥିଲେ କିଛି ଦୁର୍ନୀତିଖୋର ଅଫିସର ।