କନକ ବ୍ୟୁରୋ: କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିନିଏ ସବୁକିଛି । ଯଦି ଆପଣ ଜୀବନରେ କିଛି ବଡ କାମ କରିବାକୁ ମନରେ ଇଚ୍ଛା ବାନ୍ଧିଛନ୍ତି ତେବେ ଆପଣଙ୍କ ଏହି ଇଚ୍ଛା ଦିନେ ନିଶ୍ଚୟ ସଫଳ ହେବ । ଆଉ ଏହି ଉକ୍ତିଟିକୁ ବାସ୍ତବିକ ଜୀବନ ଦେଇଛନ୍ତି କାଶ୍ମୀରର ମୋଇନ । ୨୮ ବର୍ଷ ବୟସରେ ମୋଇନ ଖାନ ଜଣେ ପିଜ୍ଜା ଡେଲିଭରୀ ବୟରୁ ପୁଲିସ୍ ଅଫିସର ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଯାଇଛନ୍ତି ଉଦାହରଣ ।
ତେବେ ମୋଇନଙ୍କ ପୁଲିସ ଅଫିସର ହେବାର କାହାଣୀ ବାସ୍ତବରୋ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଏବଂ ପ୍ରେରଣାଦାୟୀ । ଯେତେବେଳେ ମୋଇନ୍ କୌଣସି ପୁଲିସ୍ ଅଧିକାରୀଙ୍କୁ ଦେଖୁଥିଲେ ସେତେବେଳେ ତାଙ୍କ ମନରେ ବି ଏହି ଇଚ୍ଛା ଆଗ୍ରତ ହେଉଥିଲା କି ଦିନେ ତାଙ୍କ କାନ୍ଧରେ ବି ଏଭଳି ଚମକୁଥିବା ତାରା ରହୁ ଆଉ ମୋଇନଙ୍କର ଏହି ସ୍ୱପ୍ନ ବା ଇଚ୍ଛା ଏବେ ସତ ହୋଇଛି । ବର୍ତ୍ତମାନ ମୋଇନ୍ ପିଜ୍ଜା ଡେଲିଭରୀ ବଏ ନୁହଁନ୍ତି ବରଂ ଅପରାଧିଙ୍କୁ ସାବାଡ୍ କରୁଛନ୍ତି ।
ଗୋଟିଏ ପଟେ ଯେଉଁଠି ଜମ୍ମୁ-କାଶ୍ମୀରରେ କିଛି ଦିଗହରା ଯୁବଗୋଷ୍ଠୀ ପୁଲିସ୍ ଏବଂ ସୁରକ୍ଷାବଳଙ୍କୁ ଚ୍ୟାଲେଂଜ ଦେଇ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ସେଠି ମୋଇନଙ୍କ ଭଳି ଜଣେ ୨୮ ବର୍ଷିୟ ଯୁବକଙ୍କର ପୁଲିସ୍ ବର୍ଦ୍ଦି ପ୍ରତି ଥିବା ଦୁର୍ବଳତାକୁ ନିଜର ଶକ୍ତି କରି ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ । ଅଶିକ୍ଷିତ ବାପାମାଆଙ୍କ ସନ୍ତାନ ମୋଇନ ଖାନଙ୍କ କଠିନ ପରିଶ୍ରମର ଫଳ ହିଁ ତାଙ୍କୁ ସଫଳତାର ସ୍ୱାଦ ଚଖାଇଛି । ଫଳସ୍ୱରୂପ ତାଙ୍କ ଦେହରେ ବର୍ତ୍ତମାନ ଖାକି ପୋଷାକ ରହିଛି ଏବଂ ସେ ସମାଜକୁ କଳଙ୍କିତ କରୁଥିବା ଅସମାଜିକ ବ୍ୟକ୍ତି ତଥା ଆପରାଧିଙ୍କ ସହ ଲଢୁଛନ୍ତି ।
ନିଜର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମୋଇନ ପିଜ୍ଜା ଡେଲିଭରୀ ବଏଠାରୁ ଆରମ୍ଭ କରି ଗାଡି ଧୋଇବା ପର୍ଯ୍ୟନ୍ତ କାମ କରିବାକୁ ବି କୁଣ୍ଠାବୋଧ କରିନାହାନ୍ତି । ଏପରିକି ସେ ରାସନ ଦୋକାନରେ ବି ଦୀର୍ଘଦିନ ଧରି କାମ କରିସାରିଛନ୍ତି । ଦୀର୍ଘ ୭ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଆଜି ମୋଇନ ଖାନ ଜମ୍ମୁ-କାଶ୍ମୀର ପୁଲିସରେ ସବ-ଇନସପେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ମୋଇନ ନିଜର ଏହି ସଫଳତାକୁ ନେଇ ଏବେ ବେଶ୍ ଖୁସି ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/6-3.jpg)
/kanak/media/post_attachments/wp-content/uploads/2019/09/86ddd1ae-9bda-11e9-8ce4-a310e1a81ef5-300x170.jpg)
/kanak/media/post_attachments/wp-content/uploads/2019/09/Moin-Khan-SI-Kashmir-YouTube-grab-800x500-4-7-19-300x188.jpg)