‘ବସ୍ତ୍ରହରଣ କରିଛନ୍ତି ଏଥର ମହାଭାରତ ଦେଖିବେ’ । ନିଜକୁ ମା’ ଦୁର୍ଗା ସମ୍ବୋଧନ କରି କହିଲେ ଏଭଳି କଥା…

860

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କ୍ୟାସ୍ ଫର କ୍ୱେରୀ ଅଭିଯୋଗ ନେଇ ଜୋରଦାର ହୋଇଛି ରାଜନୀତି । କ୍ୟାସ୍ ଫର କ୍ୱେରୀ ଅଭିଯୋଗକୁ ବର୍ଷିଛନ୍ତି ମହୁଆ । ପ୍ରତିକ୍ରିୟା ରଖି କହିଛନ୍ତି, ସେମାନେ ବସ୍ତ୍ରହରଣ ଆରମ୍ଭ କରିଥିଲେ ଏବେ ମହାଭାରତ ଯୁଦ୍ଧ ଦେଖିବେ । ଆଜି ଲୋକସଭା ଏଥିକ୍ସ କମିଟି ସଂସଦରେ ରିପୋର୍ଟ ଦେବା ପରେ ଆରମ୍ଭ ହୋଇଯାଇଛି ହଙ୍ଗାମା । ମହୁଆଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି, ଏବଂ ତାଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଏଥିକ୍ସ କମିଟି ସୁପାରିଶ କରିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ଆଇନଗତ ଦିଗରୁ ଯାଞ୍ଚ କରିବା ପାଇଁ ମଧ୍ୟ କମିଟି ସୁପାରିଶ କରିଛି ।

ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ସ୍ତରରେ ରାମାୟଣରୁ ମହାଭାରତ ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଶୁକ୍ରବାର ସକାଳୁ ସଂସଦରେ ପହଞ୍ଚିଥିବା ମହୁଆ ନିଜକୁ ଦୁର୍ଗା ବୋଲି କହିଛନ୍ତି । ଏବଂ ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି ସେମାନେ ବସ୍ତ୍ରହରଣ ଆରମ୍ଭ କରିଥିଲେ ଏବେ ମହାଭାରତ ଯୁଦ୍ଧ ଦେଖିବେ ବୋଲି କହିଛନ୍ତି । ମହୁଆଙ୍କ ଏହି ବୟାନର ଯବାବ ରଖିଛି ବିଜେପି । ବିଜେପି ଏହି ଯୁଦ୍ଧକୁ ଦ୍ରୌପଦୀଙ୍କଠାରୁ ସୁର୍ପଣଖା ପର୍ଯ୍ୟନ୍ତ ନେଇଯାଇଛି ।