କନକ ବ୍ୟୁରୋ : ବାଲେଶ୍ୱରରେ ବେଆଇନ୍ ମଦ ଭାଟିରେ ଚଢ଼ଉ । ପୁରୁଣା ବାଲେଶ୍ୱରରେ ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ବିପୁଳ ପରିମାଣର ପୋଚ ଓ ରନ୍ଧା ମଦ ଜବତ କରିଛି ଏହି ଟିମ୍ । ପାଖାପାଖି ୫ ଶହ ଲିଟର ରନ୍ଧା ମଦ ଓ ୪୧ ହଜାର ଲିଟର ପୋଚ ଜବତ କରିଛି ଅବକାରୀ ବିଭାର ଟିମ୍ ।
ଏହା ସହ ମଦ ରନ୍ଧାଯାଉଥିବା ସାମଗ୍ରୀ ଜବତ କରାଯାଇଛି । ଦୂର୍ଗାପୂର୍ଜା ଉପଲକ୍ଷେ ପ୍ରଚୁର ପରିମାଣର ମଦ ରନ୍ଧାଯାଉଥିବା ନେଇ ଖବର ପାଇବା ପରେ ବନବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ଏହି ଟିମ୍ରେ ପ୍ରାୟ ୧୦୦ ଜଣ କର୍ମଚାରୀ ସାମିଲ ହୋଇଥିଲେ । ଚଢ଼ଉ ଖବର ଶୁଣି ପୋଖରୀ ଭିତରେ ଏବଂ ମାଟି ତଳେ ମଦ ଓ ପୋଚ ଲୁଚାଇ ରଖିଥିଲେ ମଦ ମାଫିଆ । ଚଢ଼ଉ ପରେ ବିପୁଳ ପରିମାଣର ମଦ ଜବତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/13-12.jpg)