କନକ ବ୍ୟୁରୋ : ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜତୀୟ ପତାକା ଉତ୍ତୋଳନ କରିବେ । ମହାତ୍ମା ଗାନ୍ଧୀ ମାର୍ଗରୁ ସେ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ ରାଜ୍ୟସ୍ତରୀୟ ପରେଡ଼ରେ ଯୋଗ ଦେଉଛନ୍ତି । ପୋଲିସ ସହ ସିଆରପିଏଫ୍, ୧୨୦ ବାଟାଲିୟନ୍, ସିଆଇଏସ୍ଏଫ୍, ଟ୍ରାଫିକ୍, ବିଏସ୍ଏଫ୍, ଅଗ୍ନିଶମ ବହିନୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପରେଡ଼ରେ ଯୋଗ ଦେବେ ।