କନକ ବ୍ୟୁରୋ : ସମସ୍ୟା ଭିତରେ ରହିଥିବା ଗାଁର ଲୋକଙ୍କୁ ସହାୟତା କଲେ ତହସିଲଦାର । ବିଭିନ୍ନ ମୌଳିକ ସୁବିଧ।।ରୁ ବଞ୍ଚିତ ରହିଥିବା ମୋହନାର ଲୋକଙ୍କୁ ମିଳିବ ସହାୟତା । ମୋହନା ତହସିଲଦାର ଦୁର୍ଗମ ଅଞ୍ଚଳର ଆଠଟି ଗାଁକୁ ଘାଟି ପାହାଡ ଚଢି ଲୋକମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି । ମୋହନା ତହସିଲର ଆଠଟି ରାଜସ୍ୱ ମଣ୍ଡଳର ଗାଁରେ ପହଞ୍ଚି ଲୋକଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ମୋହନା ତହସିଲ ଅନ୍ତର୍ଗତ ଆଠଟି ରାଜସ୍ୱ ମଣ୍ଡଳର ଆଠଟି ଗାଁକୁ ପ୍ରାଥମିକ ଭାବେ ମୋ ଆଦର୍ଶ ରାଜସ୍ୱ ଗ୍ରାମ କରାଯାଇଛି । ସେହି ଗାଁ ଗୁଡିକର ପ୍ରତିଟି ସମସ୍ୟାକୁ ନିଜେ ତହସିଲଦାର ପହଞ୍ଚି ସମାଧାନ କରିଛନ୍ତି । ଏବେ ଲୋକେ ନିିଜ ଗାଁରେ ରହି ଜମି ପଟ୍ଟା ଓ ବିଭିନ୍ନ ପ୍ରମାଣ ପତ୍ର ପାଇଛନ୍ତି । ଯାହାକୁ ନେଇ ଗାଁର ଲୋକମାନେ ବେଶ ଖୁସି ଜାହିର କରିଛନ୍ତି ।