ରାସ୍ତାକଡରେ ଠିଆ ହୋଇଥିଲା ବେଳେ ଚଢିଗଲା କାର : ଚାଳକକୁ ଅଟକ ରଖିଲା ପୋଲିସ

190

କନକ ବ୍ୟୁରୋ : ରାସ୍ତାକଡରେ ଠିଆ ହୋଇଥିଲା ବେଳେ ଚଢିଗଲା କାର । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇ ଚା ପିଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା କାର ଦୁଇ ଜଣଙ୍କ ଉପରେ ଚଢିଯାଇଛି । ଦୁର୍ଘଟଣାର ସଂପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରିର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାକୁଡଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଗୁରବାର ଅପରାହ୍ନରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାର ରାସ୍ତା ନିକଟ ଦୋକାନ ପାଖରେ ଛିଡା ହୋଇଥିଲା ଦୁଇ ଜଣଙ୍କ ଉପରେ ମାଡି ଯାଇଛି । କାରଟି ଅଚାନକ ମାଡି ଆସିବାରୁ ଘୁଞ୍ଚିବାକୁ ମଧ୍ୟ ସମୟ ପାଇନଥିଲେ କାଳୁଚରଣ ଓ ଜିତେନ୍ଦ୍ର । ଦୁର୍ଘଟଣା ଘଟାଇଥିବା କାର ସହ ଚାଳକକୁ ପୁଲିସ ଚନ୍ଦ୍ରଗିରି ଫାଣ୍ଡିରେ ଅଟକ ରଖିଛି ।