କନକ ବ୍ୟୁରୋ : ଗୋଳିଆ ପାଣି ପିଉଛନ୍ତି ସହରବାସୀ । ବର୍ଷ ବର୍ଷ ଧରି ଜଳ ସମସ୍ୟାରେ ଘାଂଟି ହେଉଛନ୍ତି ଗଜପତି ଜିଲ୍ଲା ମୋହନା ସହର ବାସିନ୍ଦା । ନଦୀର ଗୋଳିଆ ପାଣିକୁ ଲୋକଙ୍କୁ ଦିଆଯାଉଛି । ଏନେଇ ବାରମ୍ବାର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି । ନଦୀର ଗୋଳିଆ ପାଣିକୁ ବିଶୋଧନ କରିବା ପାଇଁ ୧୦ ଲକ୍ଷ ବ୍ୟୟରେ ଏକ ଫିଲ୍ଟର ମେସିନ୍ ଲଗାଯାଇଛି । କିନ୍ତୁ ତାହା କାମ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Advertisment