କନକ ବ୍ୟୁରୋ : ବିଜେଡିର ପଇସା ଖାଅ, କଂଗ୍ରେସକୁ ଭୋଟ୍ ଦିଅ । ହାଟ ମଝିରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଅଭିନବ ନାରା । ଜିପ୍ ଉପରେ ବସି ମାଇକ୍ ଧରି ଭାଷଣ ଦେଇଛନ୍ତି ବିଧାୟକ । ଲୋକଙ୍କୁ ଦେଉଛନ୍ତି ଖୋଲା ଆହ୍ୱାନ । କହୁଛନ୍ତି ବିଜେଡିର ପଇସା ଆଖ, ହେଲେ କଂଗ୍ରେସକୁ ଭୋଟ୍ ଦିଅ । ବିଧାୟକଙ୍କ ଏପରି ନାରା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗଜପତି ଜିଲ୍ଲା ରା. ଉଦୟଗିରି ଓ ନୂଆଗଡ଼ ବ୍ଲକରେ ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ ହେବ ।

Advertisment

କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଥିବା ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ଗତକାଲି ସୋମବାର ହାଟ ଥିବାରୁ ହାଟ ମଝିରେ ଚାଲିଥିଲା ପ୍ରଚାର । ଆଉ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଇଥିଲା । ହାଟ ମଝିରେ ଚାଲିଥିବା ଏହି ପ୍ରଚାରରେ ବିଧାୟକ ଦାଶରଥି ଗମାଙ୍ଗ ଏପରି ଅଭିନବ ନାରା ଦେଇଥିଲେ । ତାଙ୍କ ନାରାରେ ସେ କହିଥିଲେ, ବିଜେଡିର ପଇସା ଖାଅ, କଂଗ୍ରେସକୁ ଭୋଟ୍ ଦିଅ । ବିଧାୟକଙ୍କ ଏପରି ବିବାଦୀୟ ବୟାନ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।