ଦାଦନ ଖଟିବାକୁ ଯାଇ ନିଖୋଜ ମୋହନାର ଉଜ୍ଜଳ ମଳିକ । ୨ ବର୍ଷ ହେଲା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ବୁଢି ମାଆ

40

କନକ ବ୍ୟୁରୋ : ନିଜ ଅଂଚଳରେ କାମ ନମିଳିବାରୁ ୨ ବର୍ଷ ତଳେ ପିଲାଛୁଆଙ୍କୁ ଛାଡି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ ଉଜ୍ଜଳ ମଳିକ । ଦୁଇ ପିଲା, ବୁଢି ମାଆ ଓ ସ୍ତ୍ରୀ ପେଟ ପାଇଁ ଦାନା ଯୋଗାଡ କରିବାକୁ ଘର ଛାଡିଥିଲେ । ଗାଁର ଅନ୍ୟ ଲୋକଙ୍କ ସହ ମିଶି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ଏହାରି ଭିତରେ ଗାଁର ଅନ୍ୟ ଲୋକମାନେ ଘରକୁ ଫେରି ଆସିଲେଣି । ହେଲେ ଉଜ୍ଜଳ ଆସୁନାହାନ୍ତି କି ତାଙ୍କ ବାବଦରେ କୌଣସି ଖବର ଆସୁନାହିଁ । ସ୍ୱାମୀଙ୍କ ପତା ନପାଇ ସ୍ତ୍ରୀ ମେ ମାସ ୩ ତାରିଖରୁ ମୋହନା ଥାନାରେ ଅଭିଯୋଗ କରିଛନ୍ତି, ହେଲେ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।

ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ଖୋଜ ଖବର ମିଳୁନଥିବା ବେଳେ ଓଳିଏ ଖାଇ ଓଳିଏ ଉପାସ ରହୁଛନ୍ତି ତାଙ୍କ ପରିବାର । ଅନେକ ଖୋଜାଖୋଜି କରିବା ପରେ ମ୍ବାମୀଙ୍କ ବାବଦରେ ଜାଣିବା ପାଇଁ ଏବେ ଅନ୍ଧବିିଶ୍ୱାସକୁ ଭରସା କରିଛନ୍ତି ସ୍ତ୍ରୀ । ସାଧୁ ସଂଥ ଓ ତନ୍ତ୍ର ବିଦ୍ୟାର ସାହାରା ନେଇଛନ୍ତି ମମିତା ।

ଦାନା ଯୋଗାଡ କରିବାକୁ ଯାଇ ହଜି ଯାଇଥିବା ପୁଅର ଫେରିବା ବାଟକୁ ଚାତକ ପରି ଚାହିଁ ରହିଛି ବୁଢି ମାଆ