କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ। ଅଭିଯୋଗ କରି ନିରାଶ ହେବା ପରେ ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ। ଗଜପତି ମୋହନା ବ୍ଲକର ଢେପାଲାଞ୍ଜୁ ଗାଁ ସହ ଖାରିକୁଟି ଓ ତାଲିମେରା ଗାଁର ଲୋକମାନେ ଏକାଠି ହୋଇ ରାସ୍ତା ତିଆରି କରିଛନ୍ତି। ଏହି ତିନୋଟି ଗାଁ ରେ ୩୦୦ ରୁ ଅଧିକ ବସବାସ କରୁଛନ୍ତି। ଗାଁରେ ବିଭିନ୍ନ ସମସ୍ୟା ସହ ଯିବା ଆସିବାକୁ ଭଲ ରାସ୍ତା ଖଣ୍ଡେ ନାହିଁ। ରାସ୍ତା ତିଆରି କରିବାକୁ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେ ବି କୌଣସି ସମାଧାନ ହୋପାରିଲାନି। ଶେଷରେ ଗାଁର ଲୋକେ ଏକାଠି ହୋଇ ରାସ୍ତା ମରାମତି କରିଛନ୍ତି। ତେବେ ଆଗକୁ ପକ୍କା ରାସ୍ତା ଖଣ୍ଡିଏ କରାନଗଲେ ବ୍ଲକ କାର୍ୟ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
ବାରମ୍ବାର ଅଭିଯୋଗ ସତ୍ୱେ ଶୁଣିଲାନାହିଁ ପ୍ରଶାସନ । ମୋହନାରେ ନିଜ ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ, ପକ୍କା ରାସ୍ତା ନ କଲେ ଆନ୍ଦୋଳନ ଚେତାବନୀ
/kanak/media/post_attachments/wp-content/uploads/2024/07/6.png)