ମୁଖ୍ୟମନ୍ତ୍ରୀ ଭାବେ ନାଁ ଘୋଷଣା ହେବା ପରେ ମୋହନ ମାଝୀଙ୍କ ପ୍ରତିକ୍ରିୟା: କହିଲେ, ଓଡିଶାକୁ ଏକ ନମ୍ବର ରାଜ୍ୟ କରିବାକୁ ହେବ ପ୍ରୟାସ

1,283

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର ପ୍ରଣାମ । ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ କରିଛି । ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ । ଓଡିଶାର ସାଢେ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ । ଆଜି ବିଜେପି ବିଧାୟକ ଦଳର ବୈଠକରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ବିଜେପି । ସେହିପରି କେଭି ସିଂ ଦେଓ ଓ ପ୍ରଭାତି ପରିଡାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି ।