କନକ ବ୍ୟୁରୋ: ସରକାର ଗଠନ କରିବାକୁ ବିଜେପିର ଦାବି । ରାଜଭବନ ଯାଇ ବିଜେପିର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି । ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ କେନ୍ଦ୍ରମନ୍ତ୍ରୀ ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଥିଲେ । ଏହାପରେ ଆସନ୍ତାକାଲି ଜନତା ମଇଦାନରେ ନୂଆ ସରକାରର ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକ ବସିଥିଲା । ଏହି ବୈଠକରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ବିଧାୟକ ଦଳର ନେତା ବଛାଯାଇଥିଲା । ତା ସହିତ କେଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ହେବା ପାଇଁ ଚୟନ ହେଇଥିଲେ । ଏହାପରେ ବିଜେପି ନେତାମାନେ ସିଧା ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଛନ୍ତି ।
ସରକାର ଗଠନ କରିବାକୁ ବିଜେପିର ଦାବି । ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୋହନ ମାଝୀ ।
/kanak/media/post_attachments/wp-content/uploads/2024/06/WhatsApp-Image-2024-06-11-at-8.25.04-PM-1.jpeg)