କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଜନତା ମୈଦାନରେ ଓଡିଶାର  ରାଜ୍ୟପାଳ ରଘୁବର ଦାସ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଓଡିଶାରେ ଆରମ୍ଭ ହେଇଛି ମୋହନ ମାଝୀଙ୍କ ସରକାର । ମୋହନ ମାଝୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ରାଜନାଥ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେଇଥିଲେ । ମିଳିଥିବା ସୂଚନା ମୁତାବକ, ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିବେ । ନଜର ପକାନ୍ତୁ, କିଏ କିଏ ଆଜି ଶପଥ ଗ୍ରହଣ କରିବେ...

Advertisment
  • ମୁଖ୍ୟମନ୍ତ୍ରୀ – ମୋହନ ମାଝୀ
  • ଉପ-ମୁଖ୍ୟମନ୍ତ୍ରୀ – କେଭି ସିଂହଦେଓ
  • ଉପ-ମୁଖ୍ୟମନ୍ତ୍ରୀ - ପ୍ରଭାତୀ ପରିଡା

କ୍ୟାବିନେଟ୍ ମନ୍ତ୍ରୀ

୧. ସୁରେଶ ପୂଜାରୀ

୨. ରବି ନାରାୟଣ ନାୟକ

୩. ନିତ୍ୟାନନ୍ଦ ଗଣ୍ଡ

୪. କୃଷ୍ଣଚନ୍ଦ୍ର ପାତ୍ର

୫. ପୃଥ୍ୱୀରାଜ ହରିଚନ୍ଦନ

୬. ମୁକେଶ ମହାଲିଙ୍ଗ

୭. ବିଭୂତି ଭୂଷଣ ଜେନା

୮. କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

୧. ଗଣେଶ ରାମ ଖୁଣ୍ଟିଆ

୨. ସୂର୍ଯ୍ୟବଂଶୀ ସୁରଜ

୩. ପ୍ରଦୀପ ବଳସାମନ୍ତ

୪. ଗୋକୁଳାନନ୍ଦ ମଲ୍ଲିକ

୫. ସମ୍ପଦ କୁମାର ସ୍ୱାଇଁ