କନକ ବ୍ୟୁରୋ: ଆଜି ନିଜ ଗାଁ ରାଇକଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିବେ ମୋହନ । ପରିବାର ସହ ମଧ୍ୟାହ୍ନ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ବେଶ ଖୁସି ଅଛନ୍ତି ତାଙ୍କ ଗ୍ରାମବାସୀ । ଆଜିର ଗସ୍ତକୁ ନେଇ ସମସ୍ତଙ୍କ ମନରେ ରହିଛି ନୂଆ ଉତ୍ସାହ । ରବିବାର କେନ୍ଦୁଝର ଗସ୍ତରେ ତାରିଣୀଙ୍କ ପୀଠ ଯାଇ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି ମଧ୍ୟ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ନିଜ ଗାଁକୁ ଯିବେ ମୋହନ ମାଝୀ । ପରିବାରକୁ ଭେଟିବେ ।
/kanak/media/post_attachments/wp-content/uploads/2024/06/2-43.jpg)