କନକ ବ୍ୟୁରୋ: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆଦବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ନିଷ୍ପତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ । ଆଦିବାସୀ ମାନଙ୍କୁୁ ଭୂମିହୀନ କରିବାକୁ ଏହା ସରକାରଙ୍କ ବଡ ଷଡଯନ୍ତ୍ର । କ୍ୟାବିନେଟ ମଂଜୁର ନିଷ୍ପତିକୁ ସ୍ଥଗିତ ରଖିବାର ଅର୍ଥ ପରେ ଲାଗୁ କରାଯାଇପାରେ । ଏଣୁ ଆଦିବାସୀଙ୍କ ସ୍ୱାର୍ଥକୁ ଆଖିରେ ରଖି ସରକାର ଶୀଘ୍ର ନିଷ୍ପତି ପ୍ରତ୍ୟାହାର କରିନିଅନ୍ତୁ । ନଚେତ୍ ଆସନ୍ତାକାଲି ବିଜେପି ପକ୍ଷରୁ ବିଧାନସଭାରେ ତୀବ୍ର ବିରୋଧ କରାଯିବ । କେବଳ ଗୃହ ନୁହେଁ ଗୃହ ବାହାରେ ମଧ୍ୟ ଜନ ଆନ୍ଦୋଳନ କରାଯିବ ବୋଲି ମୋହନ ମାଝୀ କହିଛନ୍ତି ।
ସେପଟେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ବିଧାୟକ ପଦ୍ମନାଭ ବେହେରା । ରାଜ୍ୟ ସରକାର କେବେ ବି ଆଦିବାସୀଙ୍କ ମାରଣ ନୀତି କରିନାହାନ୍ତି । କିଛି ଲୋକଙ୍କ ଆଲୋଚନା କ୍ରମେ କ୍ୟାବିନେଟକୁ ସେହି ପ୍ରସ୍ତାବ ଆସିଥିଲା । ତାକୁ ବିଚାର କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥଗିତ ରଖାଯାଇଛି । ପରବର୍ତୀ ସମୟରେ ଏହାକୁ ନେଇ କ’ଣ କରାଯିବ ସରକାର ଚିନ୍ତା କରୁଛନ୍ତି । ଆଗକୁ ଯାହାବି ହେବ ଭଲ ହେବ ବୋଲି କହିଛି ବିଜେଡି । ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ କାହାକୁ ମନା ନାହିଁ । ଯଦି ବିରୋଧୀ ଏହାକୁ ବିଧାନସଭାରେ ଉତ୍ତର ରଖିବେ ତେବେ ସରକାର ଠିକ୍ ଉତ୍ତର ଦେବେ ବୋଲି ଦଳ ପକ୍ଷରୁ ଉତ୍ତର ରଖାଯାଇଛି ।