କନକ ବ୍ୟୁରୋ: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ହେବା ପ୍ରଥମଥର ପାଇଁ ନିଜ ଘରେ ପହଂଚିଛନ୍ତି ମୋହନ ମାଝୀ । ଏହି ଅବସରରେ ମା’ଙ୍କୁ ଭେଟିବା ବେଳେ ସାଷ୍ଟ୍ରାଙ୍ଗ ପ୍ରମାଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ମଧ୍ୟାହ୍ନ ଭୋଜନରେ ମା’ଙ୍କ ହାତରୁ ପଖାଳ ଖାଇଥିଲେ । ଆଜି ଜନ୍ମମାଟି ଝୁମ୍ପୁରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଦିନିଆ କେନ୍ଦୁଝର ଗସ୍ତର ଆଜି ଶେଷ ଦିନରେ ନିଜ ଗାଁ ରାଇକଳାରେ ପହଂଚିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗାଁ ଲୋକ, ଆତ୍ମୀୟସ୍ୱଜନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇପଡିଛନ୍ତି ।