କନକ ବ୍ୟୁରୋ : ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ବିଜେଡି ଟାର୍ଗେଟ କରିବା ପରେ ଜବାବ ରଖିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଆନ୍ତର୍ଜାତୀୟ ସ୍ତରରେ ଦରଦାମ ବୃଦ୍ଧି କାରଣରୁ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି ପାଇଛି । ଦରଦାମ ତଳ ଉପର ହେବା ସ୍ୱାଭାବିକ । କେନ୍ଦ୍ର ସରକାର ଗରିବ ମାନଙ୍କୁ ହଇରାଣ କରୁନାହାନ୍ତି, ଦରଦାମ ପୁଣି କମିବ ପୁଣି ବଢିବ, ଏହା ନିରନ୍ତର ଚାଲିଛି ।

Advertisment

ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଗରିବ ଲୋକଙ୍କ ତଣ୍ଟି ଚିପିବା କଥା ନୁହେଁ । ବିଜୁ ଜନତା ଦଳ ରାଜନୈତିକ ଫାଇଦା ପାଇବା ପାଇଁ ଏଭଳି କହୁଛି । ଦରଦାମ ବୃଦ୍ଧି ନେଇ ବିଜେଡି ଅଭିଯୋଗର ଭିତିଭୂମି ନାହିଁ । ଦରଦାମ ନିୟନ୍ତ୍ରଣ ଲାଗି ସରକାର ଚିନ୍ତା ପ୍ରକଟ କରନ୍ତି ଏବଂ ଯୋଜନା କରନ୍ତି । ଗ୍ୟାସ କିମ୍ବା ପେଟ୍ରୋଲ ଦରବୃଦ୍ଧି ଅନ୍ତର୍ଜାତୀୟ ଦର ପ୍ରଭାବରୁ ହୋଇଥାଏ । ଗ୍ୟାସ ଦର ବୃଦ୍ଧି ଏହା ତାର ପ୍ରତିଫଳନ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସମୟରେ ମାଗଣା ଚାଉଳ ଦିଆଯାଉଥିଲା, ଯେହେତୁ କରୋନା ନାହିଁ ଏବଂ ଯୋଜନା ନିର୍ଦ୍ଧିଷ୍ଟ ସମୟସୀମା ପାଇଁ ଦିଆଯାଉଥିଲା । ପ୍ରଧାନମନ୍ତ୍ରୀ ଏବେ ସମ୍ପୂର୍ଣ ମାଗଣା ଚାଉଳ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି, ଚାଉଳ ଦେବାରେ ପ୍ରଧାନମନ୍ତ୍ରୀ କେବେ କଞ୍ଜୁସ କରିନାହାନ୍ତି ଏବଂ ଚାଉଳ ଦେବାରେ ରେକର୍ଡ କରିଛନ୍ତି ।