ମୁଖ୍ୟ ଶାସନ ସଚିବଙ୍କୁ ବିରୋଧୀଦଳ ମୁଖ୍ୟ ସଚେତକଙ୍କ ଚିଠି : ଶିମିଳିପାଳ ସମେତ ୯୧୯ ଜଙ୍ଗଲରେ ବ୍ୟାପୁଥିବା ନିଆଁକୁ ଯଥାଶୀଘ୍ର ଆୟତ୍ତକୁ ଆଣିବା ପାଇଁ ଦାବି

117

କନକ ବ୍ୟୁରୋ : ଏବେ ବି ଜଳୁଛି ଶିମିଳିପାଳ । ଶିମିଳିପାଳ ସମେତ ରାଜ୍ୟରେ ଏପର୍ଯ୍ୟନ୍ତ ୯୧୯ ଜଙ୍ଗଲରେ ବ୍ୟାପୁଥିବା ନିଆଁକୁ ଯଥାଶୀଘ୍ର ଆୟତ୍ତକୁ ଆଣିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଚିଠି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ୧୦ ଦିନରୁ ଉଦ୍ଧ୍ୱର୍ ହେବ ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି । କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ଏଥିପତ୍ରି ଦୃଷ୍ଟି ନାହିଁ ।

ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଉ ଜଳୁଛି ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲର ଦୁଧିଆଣି, ତାଳବନ୍ଧ, ଗୁରୁହୁଡିଆ, କେନ୍ଦୁମୁଣ୍ଡି ଓ ବରେହିପାଣି ଭଳି ପ୍ରାୟ ୧୦ଟି କୋର୍ ଏରିଆରେ ନିଆଁ ଲାଗିବା ସବ ବରଫ ଏରିଆରେ ଥିବା ପିଠାବଟା ରେଞ୍ଜ ଖସାଡିହା ଜଙ୍ଗଲରେ ବି ବ୍ୟାପିବାରେ ଲାଗିଛି ନିଆଁ । କେବଳ ଶିମିଳିପାଳ ଅଭୟାରଣ୍ୟ ନୁହେଁ , ନୀଳଗିରି ସ୍ଥିତ ସଂରକ୍ଷିତ ଅଭୟାରଣ୍ୟରେ ମଧ୍ୟ ନିଆଁ ଲାଗିଛି । ନଣ୍ଡିଆ ପର୍ବତ ଶିଖରରୁ ଆରମ୍ଭ ହେଉଥିବା ନିଆଁ ଏବେ ବହୁ ଅଞ୍ଚଳରେ ବ୍ୟାପି ଗଲାଣି । ଭୟାବହ ନିଆଁ ଦ୍ୱାରା ଅଭୟାରଣ୍ୟରେ ଥିବା ହରିଣ, ହାତୀ, ଭାଲୁ,ଶମ୍ବର ଓ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଜଙ୍ଗଲ ନିକଟରେ ଥିବା ୨୦ରୁ ଅଧିକ ଗାଁ ଏବେ ବି ଭୟଭୀତ ।

ସେହିଭଳି ଜଙ୍ଗଲ ନିଆଁ ଏବେ ରାଜଧାନୀକୁ ମଧ୍ୟ ମାଡିଲାଣି । ଭୁବନେଶ୍ୱର ଖଣ୍ଡଗିରି ପାହାଡରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ବାଲେଶ୍ୱର ଜିଲ୍ଲା ନୀଳଗିରି-ଉଦଳା ରାସ୍ତାରେ ଥିବା ତିନିକୋଶିଆ ଜଙ୍ଗଲ ମଧ୍ୟ ଜଳୁଛି । ଗତ ୫ବର୍ଷ ହେଲାଣି ଜଙ୍ଗଲ ବିଭାଗ ଦ୍ୱାରା ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ଜଙ୍ଗଲ ନିଆଁକୁ କାବୁ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯାଉଛି ଓ ଏଥିପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ଅଛି ଯାହାକି ଏବେ ୨୦କୋଟି ଟଙ୍କା ଟପିଲାଣି । ମାତ୍ର ଏତେସବୁ ଗାଇଡଲାଇନ୍ ଓ ଏସଓପି ସତ୍ୱେ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇନାହିଁ । ଓଡିଶାର ସବୁଜ ବନାନୀ ଏବଂ ଜୈବ-ବିବିଧତା କିପରି ସୁରକ୍ଷିତ ରହିବ ଏବଂ ଜଙ୍ଗଲ ସୁରକ୍ଷାର ଗାଇଡଲାଇନ ଓ ଏସଓପିକୁ କଡାକଡି ଭାବେ ପାଳନ ପାଇଁ ଦୃଷ୍ଟିଦେବାକୁ ନିବେଦନ ।