କନକ ବ୍ୟୁରୋ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଉଜ୍ଜୟନୀ ଦକ୍ଷିଣରୁ ବିଧାୟକ ଅଛନ୍ତି ବିଧାୟକ ମୋହନ ଯାଦବ । ୨୦୧୩ରେ ସେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶିବରାଜ ସରକାରରେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଥିଲେ ।

Advertisment

ସେହିପରି ନରେନ୍ଦ୍ର ତୋମାର ହେବେ ନୂଆ ବାଚସ୍ପତି । ଏହାସହ ମଧ୍ୟପ୍ରଦେଶରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶକ୍ଲା ଉପମୁଖ୍ୟମନ୍ତ୍ରୀ ରହିବେ । ସାଧାରଣ ନିର୍ବାଚନରେ ବିଜୟ ପରେ କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଯାହାର ଏବେ ଅନ୍ତ ଘଟିଛି ।