କନକ ବ୍ୟୁରୋ: ଦାଦ୍ରା ଓ ନଗର ହବେଳୀ ଲୋକସଭା କ୍ଷେତ୍ରର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ସୋମବାର ମୁମ୍ବାଇ ସ୍ଥିତ ଏକ ହୋଟଲରୁ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲରୁ ତାଙ୍କ ହାତଲେଖା ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରାଯାଇଛି । ଯାହାଫଳରେ ପୋଲିସ ଏହାକୁ ନେଇ ଛାନଭିନ୍ ଜାରି ରଖିଛି ।
ମୋହନ ଡେଲକରଙ୍କ ବୟସ ୫୮ ବର୍ଷ । ସେ ଦାଦ୍ରା ଓ ନଗର ହବେଳୀ ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ । ପ୍ରଥମ କରି ୧୯୮୯ ମସିହାରେ ସେ ପ୍ରଥମ ଥର ପାଇଁ ସେଠାକାର ସାଂସଦ ହୋଇଥିଲେ । ଏହାପରେ ସେ ଅନେକ ଥର ସେଠାରୁ ସାଂସଦ ରହିଆସିଥିଲେ । ସେ ଭାରତୀୟ ନବଶକ୍ତି ପାର୍ଟିର ମଧ୍ୟ ସାଂସଦ ଥିଲେ । ୨୦୦୯ରେ ସେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ହେଲେ ଗତବର୍ଷ ସେ ସ୍ୱାଧୀନ ଭାବେ ଇଲେକ୍ସନ ଲଢିବା ସହିତ ବିଜୟୀ ହୋଇଥିଲେ । ଆଜି ସେ ମୁମ୍ବାଇର ଏକ ହୋଟଲରେ ଆତ୍ମହତ୍ୟା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/mohan-delkar.jpg)