କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇଦିନିଆ ଗସ୍ତରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ଏଥିପାଇଁ ଦିଲ୍ଲୀରେ ସାଂସଦ ମାନଙ୍କୁ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା ରହିଛି । ଶନିବାର ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଏଥିସହ ଗତକାଲି ସକାଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ତା ଉପରେ ସମସ୍ତଙ୍କ ନଜର ରହିଛି ।
୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି । କାରଣ ସେ ଅସୁସ୍ଥ ଥିବାବେଳେ ଫୋନ୍ କରି ଆଶୁ ଆରୋଗ୍ୟ କାମନା କରିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଆସିଲେ ଭେଟିବା ପାଇଁ ମଧ୍ୟ କହିଥିଲେ । ତେଣୁ ଦିଲ୍ଲୀ ଗସ୍ତ ସମୟରେ ନବୀନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏହାବ୍ୟତୀତ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁସାରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରିବାକୁ ନବୀନଙ୍କ ଉପରେ ଚାପ ପଡ଼ୁଥିବାରୁ ନବୀନ ଏନେଇ ବିଜେପିର କେତେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/08/20-delhi-cm-mohan-majhi-2025-09-08-09-50-04.jpg)