ତାମିଲନାଡୁର ଶିବଗଙ୍ଗାରେ ଭୋଟ ଦେଲେ ପି ଚିଦାମ୍ବରମ୍ । କହିଲେ, ଇଣ୍ଡିଆ ମେଣ୍ଟର ହେବ ବିଜୟ । ନାଗପୁରରେ ଭୋଟ ଦେଲେ ମୋହନ୍ ଭାଗୱତ୍ ।

114

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୧୦୨ ଆସନରେ ମତଦାନ ଚାଲିଥିବା ବେଳେ ଭୋଟ ଦେଇ ୧୬ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଆଜି ସକାଳୁ ସକାଳୁ ତାମିଲନାଡୁର ଶିବଗଙ୍ଗାର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ମତଦାନ କରିବା ପରେ ସେ କହିଛନ୍ତି ତାମିଲନାଡୁର ସମସ୍ତ ଲୋକସଭା ଆସନରେ ଇଣ୍ଡିଆ ଗ୍ରୁପର ପ୍ରାର୍ଥୀ ବିଜୟୀ ହେବେ । ସେପଟେ ସାଲେମ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ । ସେହିପରି ନାଗପୁରରେ ଭୋଟ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗୱତ୍ । ମତଦାନ କରିବା ପରେ ସେ କହିଛନ୍ତି, ମତଦାନ କରିବା ଆମର କର୍ତ୍ତର୍ବ୍ୟ ଓ ଅଧିକାର, ଦେଶରେ ଶହେ ପ୍ରତିଶତ ମତଦାନ ହେବା ଉଚିତ ।