ଗୁଜୁରାଟ ଟାଇଟନ୍ସକୁ ଝଟକା, ୨୦୨୪ ଆଇପିଏଲ ଖେଳିବେନି ମହମ୍ମଦ ସାମି!  ଜାଣନ୍ତୁ କାହିଁକି? 

1,111

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ବଡ ଝଟକା । ଆଇପିଏଲ ୨୦୨୪ରେ ଖେଳିବେନି ସାମି । ବାମ ପଟ ଗୋଡରେ ଆଘାତ କାରଣରୁ ସାମି ପୂରା ଆଇପିଏଲରୁ ବାଦ୍ ପଡିଛନ୍ତି । ଏବେ ସାମିଙ୍କୁ ବ୍ରିଟେନରେ ସର୍ଜରୀର ଆବଶ୍ୟକତା ରହିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

୨୦୨୩ ବିଶ୍ୱକପ୍ ପରେ ଆଘାତ ସମସ୍ୟା ପାଇଁ ବିଭିନ୍ନ ସିରିଜରୁ ବାଦ୍ ପଡିଛନ୍ତି ସାମି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା । ଗୋଡରେ ଲାଗିଥିବା ଆଘାତ ପାଇଁ ସାମି ପ୍ରଥମେ ଇଞ୍ଜେକସନ ନେଇଥିଲେ । କିନ୍ତୁ ଏଥିରେ କୌଣସି ସୁଫଳ ନମିଳିବାରୁ ଏବେ ଅପରେସନ କରିବାକୁ ପରାର୍ମଶ ଦେଇଛନ୍ତି ଡାକ୍ତର । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ଅଧିନାୟକ ପଦ ଛାଡିଥିବା ବେଳେ ଏବେ ଶୁଭମନ ଗିଲଙ୍କ ଦଳକୁ ବଡ ଝଟକା ଲାଗିଛି ।

 ୨୦୨୩ ବିଶ୍ୱକପରେ ମହମ୍ମଦ ସାମି ୭ଟି ମ୍ୟାଚରୁ ୨୪ଟି ୱିକେଟ ହାତେଇବା ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟହାସଲକାରୀ ଖେଳାଳୀ ସାଜିଥିଲେ । ସେହିଭଳି ଗତ ଆଇପିଏଲରେ ୧୭ଟି ମ୍ୟାଚରୁ ୨୮ଟି ୱିକେଟ ନେଇ ଗୁଜୁରାଟ ସଫଳ ବୋଲର ଭାବେ ଉଭା ହୋଇଥିଲେ ସାମି ।